ନାବାଳିକାକୁ ଅସଦାଚରଣ, ପୂର୍ବତନ ସରପଞ୍ଚଙ୍କ ନାମରେ ଅଭିଯୋଗ…

add-all

ହିଞ୍ଜିଳିକାଟୁ ୧୨।୩ : ହିଞ୍ଜିଳି ଥାନା ଶାସନ ଆମ୍ଵଗାଁରେ ଜଣେ ନାବାଳିକାକୁ ଅସଦ ଵ୍ୟଵହାର ସହ ଟଣାଓଟରା କରିବା ନେଇ ଜଣେ ପୂର୍ବତନ ସରପଞ୍ଚଙ୍କ ନାମରେ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ପୂର୍ବତନ ସରପଞ୍ଚ ସାହିର ଜଣେ ନାବାଳିକାକୁ ମଙ୍ଗଳବାର ସଂଧ୍ୟାରେ ଅସଦାଚରଣ କରି ଟଣାଓଟରା କରିଥିଲେ। ଶନିବାର ଏନେଇ ନାବାଳିକାଙ୍କ ସମ୍ପର୍କୀୟା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ନଂ ୧୫୬/୨୩ ରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.