ନବରଙ୍ଗପୁର ଜିଲ୍ଲାରେ ୯୭୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ନଦେବାକୁ ନେଇ ପ୍ରଶ୍ନ କଲା କଂଗ୍ରେସ

add-all

ନବରଙ୍ଗପୁର : ଶିକ୍ଷା କ୍ଷେତ୍ର ରେ ୫ – ଟି ନାଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନତି କରଣ କରାଯାଇଛି , କିନ୍ତୁ ଦୁର୍ଭାଗ୍ୟର କଥା ସବୁ କ୍ଷେତ୍ରରେ ପଛୁଆ ଜିଲ୍ଲା ବା ଶୁନ ଜିଲ୍ଲା ର ମାନ୍ୟତା ପାଈଥିବା ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ମଧ୍ୟ ରାଜ୍ୟ ସ୍ତର ରେ ଆଉ ଏକ ଅଲୋଡା ରେକର୍ଡ କରିଛି । ଦଶମ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିଲେ ମଧ୍ୟ ମୋଟ 973ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ପରିକ୍ଷା କେନ୍ଦ୍ର କୁ ନ ଯିବା ଅନେକ ପ୍ରସ୍ନ ଓ ସନ୍ଦେହ ସୃଷ୍ଟି କରୁଛି। ସ୍ୱତଃ ପ୍ରସ୍ନ ଉଠୁଛି କି ପରିକ୍ଷାରେ ଅନୁପସ୍ଥିତ ରହିଥିବା ବିଦ୍ୟାର୍ଥୀ ପ୍ରକୃତ ରେ ନିଜେ ଫର୍ମ ଫିଲପ କରିଥିଲେ ନା କେବଳ କାଗଜପତ୍ର ରେ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ବୃଦ୍ଧି କରି କିଛି ଷ୍ଟାଇପେଣ୍ଡ କି ପୋଷାକ ପତ୍ର ପାଇଁ କିଛି ଅନ୍ୟ ମନ୍ଦ ଉଦେଶ୍ୟ ରଖି ରାଜ୍ୟ ସରକାର ଏବଂ ଶିକ୍ଷା ବିଭାଗ ର ଇଏ କିଛି ନୂଆ ଷଡ଼ଯନ୍ତ୍ର ରଚନା ଯାଇନି ତ ବୋଲି ଆଜି କଂଗ୍ରେସ ଭବନ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରଶ୍ନ କରିଛି । ଜିଲ୍ଲା ଛାତ୍ର କଂଗ୍ରେସ, ଏ ପରୀକ୍ଷାର୍ଥୀ ଙ୍କ ଅନୁପସ୍ଥିତି ର କାରଣ ଶିକ୍ଷା ବିଭାଗ ର ଜିଲ୍ଲା ଅଧିକାରୀ ଙ୍କୁ ପଚାରିବାରୁ ଉତ୍ତର ମିଳୁଛି ଯେ ଅନୁପସ୍ଥିତ ଥିବା ୯୭୩ ଜଣ ବାହାର ରାଜ୍ୟ କୁ ଯାଇଛନ୍ତି । ବିଚାର ଯୋଗ୍ୟ କି କେବଳ 5ଟି ନାଁ ରେ ଖାଲି କୋଠା ବାଡ଼ି ତିଆରି ଚାଲିଛି କିନ୍ତୁ ବାସ୍ତବ ରେ ମ୍ୟାଟ୍ରିକ ପଢ଼ୁଥିବା ଛାତ୍ର ଯାହାର ବୟସ ମାତ୍ର ୧୫ ବର୍ଷ ଆଜି ସେମାନେ ବି ପାଠ ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛନ୍ତି । ଏହି ଘଟଣା କୁ ନେଇ ଆଜି ଆମ ଜିଲ୍ଲା ରାଜ୍ୟସ୍ତରରେ ଲଜ୍ଜିତ , ରାଜ୍ୟ ସରକାର ତୁରନ୍ତ ଏ ଘଟଣା ରେ ହସ୍ତକ୍ଷେପ କରି ପ୍ରକୃତ ସତ୍ୟାସତ୍ୟ ବାହାର କରନ୍ତୁ ,ଏତେ ସଂଖ୍ୟା ରେ ପରୀକ୍ଷାର୍ଥୀ ପରୀକ୍ଷା ନ ଦେବା ପଛର ରହସ୍ୟ ଯଦି ଉନ୍ମୋଚନ ନ ହୁଏ ତା ହେଲେ ଛାତ୍ର କଂଗ୍ରେସ ର ବିରୋଧ ର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଏଆଇସିସି ର ସଭ୍ୟା ମନସା ତ୍ରିପାଠୀ । ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ କର୍ମକର୍ତା ଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।।

ad-week
Leave A Reply

Your email address will not be published.