ଯୁବକର ଝୁଲନ୍ତା ଶବ ଉଦ୍ଧାର…

add-all

ନବରଙ୍ଗପୁର : ପ୍ରେମ ଅନ୍ଧ, ପ୍ରେମ ଶାଶ୍ବତ ଓ ସୁନ୍ଦର । ପ୍ରେମ କାହାପାଇଁ ବଞ୍ଚିବାର ପ୍ରେରଣା ତ, କାହାପାଇଁ ମୃତ୍ୟୁ ବରଣ କରିବାର ପଥ ଉନ୍ମୁକ୍ତ କରିଦିଏ।
ଏମିତି ଏକ ଅଭାବନୀୟ ଘଟଣା ଶୋକରେ ଛାୟା ଖେଳାଇ ଦେଇଛି ପାପଡାହାଣ୍ଡି ଥାନା ସୋରିଷ ପଦର ଆଖ ପାଖ ଅଞ୍ଚଳରେ । ସୋରିଷ ପଦର ଗ୍ରାମର ଚାଷଜମି ଭିତରେ ଥିବା ଏକ ତେନ୍ତୁଳି ଗଛରୁ ଆଜି ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ନାମ କମଳସିଂ ଅମନାତ୍ୟ ।

ଘଟଣାରୁ ପ୍ରକାଶ ଯେ ଗତ ଜାନୁଆରୀ ୩୧ ତାରିଖରେ ମୃତକ କମଲ ସିଂ ଙ୍କ ପ୍ରେମିକା କବିତା ମାଝୀ ଙ୍କ ଝୁଲନ୍ତା ମୃତ ଦେହ ସହ କମଳଙ୍କୁ ବେକ କଟା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ କମଲ ସିଂ ଙ୍କୁ ଚିକିତ୍ସାଳୟ ରେ ଭର୍ତ୍ତି କରା ଯାଇଥିଲା। ଚିକିତ୍ସା ପରେ କମଲ ସୁସ୍ଥ ଥିଲେ । କିନ୍ତୁ ଗତ କାଲି ରାତିରେ ସେ ଖାଇ ସାରିବା ପରେ ବାହାରକୁ ପରିସ୍ରା କରିବାକୁ ଯାଇ ଫେରିନଥିଲେ, ସକାଳୁ ତାଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି। ପ୍ରେମିକା କୁ ଝୁରି ଝୁରି ଶେଷ ରେ ନିଜେ ଯୁବକ ଜଣକ ମୃତ୍ୟୁ କୁ ଆପଣେଇ ନେଲେ ବୋଲି ଅଞ୍ଚଳରେ ଚର୍ଚା ହେଉଛି,। ଖବର ପାଇ ପାପଡାହାଣ୍ଡି ପୋଲିସ ଏସଆଇ ଶିବଜି ପଣ୍ଡା, ଏଏସଆଇ ହରିହର ଭତରା, ଏଏସଆଇ ଲାବନ୍ୟ ବେମାଲ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

ad-week
Leave A Reply

Your email address will not be published.