ବ୍ରହ୍ମପୁର ସରକାରୀ ଆଇଟିଆଇ ପଡ଼ିଆରେ ଦୁଇ ଦିନିଆ କଳିଙ୍ଗ ମହୋତ୍ସବ…

add-all

ବ୍ରହ୍ମପୁର : ସହର ର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ ଆନୁକୂଲ୍ୟରେ ଏବଂ କଳିଙ୍ଗ ଟିଭି ର ସହଯୋଗ ରେ ଆୟୋଜିତ ଏହି ମହୋତ୍ସବକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିଥିଲେ । ମହୋତ୍ସବ କମିଟିର ମୁଖ୍ୟ ସଂଯୋଜକ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ଛତ୍ରପୁର ବିଧାୟକ ସୁବାଷ ବେହେରା ,ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ ରମେଶ ଚନ୍ଦ୍ର ଚାଉ ପଟନାୟକ, କାଜୁ ବୋର୍ଡ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ରଙ୍କ ସମେତ ସଂସ୍କୃତି ପ୍ରେମୀ ଜାମିନିକାନ୍ତ ଦାସ,ପ୍ରସର୍ଣ୍ଣ ପାଢ଼ୀ,ଉମା ପାଣିଗ୍ରାହୀ, ସୁଦର୍ଶନ ପାଢ଼ୀ, ଅର୍ବାନ୍ ବ୍ୟାଙ୍କ ସଭାପତି ଆର୍‌. ମୁରଲୀ ମୋହନ, ସଂସ୍କୃତି ପ୍ରେମୀ ନିର୍ମଳ ଚନ୍ଦ୍ର ସାହୁ, ରାଜକୁମାର ସେନାପତି, ଶ୍ରୀକାନ୍ତ ସାବତ ପ୍ରମୁଖ ଅତିଥି ରୂପେ ଯୋଗଦାନ କରି କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କଳିଙ୍ଗ ମହୋତ୍ସବର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଦିପ୍ତିରେଖା ପାଢ଼ୀଙ୍କ ସଂଗୀତରେ ଦର୍ଶକ ଝୁମିଥିଲେ । ଏହା ସହ ବିଭିନ୍ନ ଅଂଚଳର ସୁନାମଧନ୍ୟ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମହୋତ୍ସବ କମିଟି ର ସଂଯୋଜକ ସୁଦୀପ ସାହୁ, ଉଷା ମହାପାତ୍ର, ରବିନ୍ଦ୍ରନାଥ ଡାକୁଆ, ରବି ବେହେରା, ମାନସ ବିଷୋୟୀ, ଟୁଟୁ ବେହେରା, ପ୍ରଶାନ୍ତ , ସୁଜିତ ଭଟ୍ଟ ମିଶ୍ର, ସନ୍ତୋଷ, ପବିତ୍ର, ସୁମନ ପ୍ରମୁଖ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.