କୁଞ୍ଜବିହାରୀ ମନ୍ଦିର ପରିସରରେ ନୂତନ ନାମସଂକୀର୍ତ୍ତନ ମଣ୍ଡପ ପ୍ରତିଷ୍ଠା କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

add-all


ହିଞ୍ଜିଳିକାଟୁ ୧୩ /୦୩ /୨୦୨୩ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମପଞ୍ଚାୟତ ରାଳବ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶ୍ରୀ କୁଞ୍ଜବିହାରୀ ମନ୍ଦିର ପରିସରରେ ନାସସଂକୀର୍ତ୍ତନ ମଣ୍ଡପ
ର ପ୍ରତିଷ୍ଠା ଉତ୍ସବ ନିମନ୍ତେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଳବ ଗ୍ରାମ । ନୁତନ ଭାବେ ନିର୍ମିତ ହୋଇଥିବା ନାସସଂକୀର୍ତ୍ତନ ମଣ୍ଡପ ର ସୁକ୍ଷ୍ମକାରୁକାର୍ଯ୍ୟ ଵେଶ ଚିତ୍ତାକର୍ଷକ। ପ୍ରତିଷ୍ଠା ଅବସରରେ ଆସନ୍ତା ୧୬ ତାରିଖ ଗୁରୁବାର ଦିନ ମନ୍ଦିର ର ନାସସଂକୀର୍ତ୍ତନ ମଣ୍ଡପ ପ୍ରତିଷ୍ଠା ଉତ୍ସବର ଅଙ୍କୁରାରୋପଣ,ଜଳଯାତ୍ରା,ଦୀକ୍ଷାଗାରହଣ, ମଣ୍ଡଳକରଣ ,୧୭ ତାରିଖ ଦିନ ସୂର୍ଯ୍ୟପୂଜା, କଳସ ଯାତ୍ରା, ଶାଲାସଂସ୍କାର ୧୮ ତାରିଖ ବାର ଦିନ ମଣ୍ଡଳ ପୂଜା, ଗୀତାଯଜ୍ଞ, ନାମଯଜ୍ଞ, ପୂଜାହୋମ ୧୯ତାରିଖ ରବିବାର ଦିନ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶେଷଦୀବସ ରବିବାର ନାମଯଜ୍ଞ ସମାପନ, ଦଧୁହାଣ୍ଡିଭଗ୍ନ,ନଗରପରିଭ୍ରମଣ, ଓ ପ୍ରସଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଜ୍ଞ ପଣ୍ଡିତ, ବ୍ରାହ୍ମଣ ଓ ବେଦ ବିଜ୍ଞାନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କୁଞ୍ଜବିହାରୀ ମନ୍ଦିର ର ନାସସଂକୀର୍ତ୍ତନ ମଣ୍ଡପ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଂଚଳବାସୀ ବେଶ୍ ଉତ୍ସାହିତ ହୋଇପଡିଥିବାବେଳେ ସମସ୍ତେ ଅଂଶଗ୍ରହଣ କରି ଦେବକୃପା ଲାଭ କରିବାକୁ ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ପ୍ରତିଦିନ ମନ୍ଦିରରେ ନାମ ଯଜ୍ଞ, ଅନ୍ନ ଯଜ୍ଞର ଆୟୋଜନ ହେବ ବୋଲିକୁଞ୍ଜବିହାରୀ ମନ୍ଦିର ସଭାପତି ଟୁଟୁ ପ୍ରଧାନ କହିଛନ୍ତି । ଏଥିରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଗଙ୍ଗା ପରିଡା, ସହସମ୍ପାଦକ କୃପା ପୃଷ୍ଟି, ବାବୁ ପ୍ରଧାନ, ଟୁକୁଲା ଖୁଣ୍ଟିଆ, ରବିନ୍ଦ୍ରନାଥ ରାଜୁ, ନିଳା ଭୌଳ ସହ ରାଳବ ଗ୍ରାମବାସୀ ଗ୍ରାମର ସବୁ ବର୍ଗର ମହିଳା ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ସୁଚାରୁ ରୂପେ ପାଳନ କରିବାକୁ ସହଯୋଗ କାମନା କରିଛନ୍ତି।

ad-week
Leave A Reply

Your email address will not be published.