୭୫ କେଜିରୁ ଉର୍ଦ୍ଧ୍ବ ଗଂଜେଇ ସହ ଅଟୋ ରିକ୍ସା ଜବତ

add-all

ଫୁଲବାଣୀ – କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ବରେ ପୋଲିସ ଟିମ ସୋମବାର ଲାଦରିଗାଁ ଘାଟିରେ ଚଢ଼ାଉ କରି ୭୫ କେଜିରୁ ଉର୍ଦ୍ଧ୍ବ ଗଂଜେଇ ସହ ଏକ ଅଟୋ ରିକ୍ସା ମଧ୍ୟ ଜବତ କରିଛି । ଏହି ସଂକ୍ରାନ୍ତରେ ଅଭିଯୁକ୍ତ ଗୋକୁଳ ରଣାକୁ ଗିରଫ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି । ଏହି ଗଂଜେଇ ସାଡେଙ୍ଗିଆରୁ ବାଲିଗୁଡା ଅଂଚଳକୁ ଅଟୋରେ ଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଟିମ ଚଢ଼ାଉ କରିଥିଲା । ଏ ସଂକ୍ରାନ୍ତରେ ଫିରିଙ୍ଗିଆ ପୋଲିସ ୪୪/୨୪ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l

ad-week
Leave A Reply

Your email address will not be published.