ସ୍ୱାମୀ ଦ୍ୱାରା ଗର୍ଭବତୀ ମହିଳା ଙ୍କୁ ଧର୍ଷଣ କରାଇ ଭିଡିଓ ଭାଇରଲ କଲେ ଆଶା କର୍ମୀ…

youtube


ନବରଙ୍ଗପୁର : ଦେଢଶୁର ଆଉ ଭାଇ ବୋହୁ ର ପବିତ୍ର ସମ୍ପର୍କ ରେ ଦାଗ ଲାଗିଲା ଭଳି ଏକ କଳଙ୍କିତ ତଥା ଅଭାବନୀୟ ଘଟଣା ଘୋଟିଛି ଯାହାକୁ ଶୁଣିଲେ ସଭ୍ୟ ସମାଜର ମୁଣ୍ଡ ଲାଜ ରେ ନଇଁ ଯିବ ,ଘଟଣାରୁ ପ୍ରକାଶ ଯେ ଜଣେ ସମ୍ପର୍କୀୟ ଦେଢଶୁର,ଗର୍ଭବତୀ ଭାଇ ବୋହୁ କୁ ଦୁଷ୍କର୍ମ କରିଛନ୍ତି। କେବଳ ଏତିକି ନୁହଁ, ଦେଢଶୁର ମହାଶୟ ଙ୍କର ସ୍ତ୍ରୀ ଏ ସବୁ ରେ ସହଯୋଗ କରି ଦୁଷ୍କର୍ମ ବେଳ ର ଭିଡିଓ ମଧ୍ୟ ନିଜେ ଉତ୍ତୋଳନ କରିଛନ୍ତି। ଏ ଖବର ପ୍ରଘଟ ହେବା ପରେ ଇଏ ଘୋର କଳିଯୁଗ ବୋଲି ଲୋକେ କୁହାକୁହିଁ ହେଲେଣି ,ଏ ଲଜ୍ୟାଜନକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ଗ୍ରାମରେ । ,କୁନି ହରିଜନ ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ଦେଢଶୁର ଲିଲିଆ ରୁଞ୍ଜିକାର ତାଙ୍କ ସହ ଧର୍ଷଣ କରିଥିବା ଅଭିଯୋଗ କରିଛନ୍ତି , ସୂଚନା ଅନୁଯାୟୀ ଲିଲିଆ ରୁଞ୍ଜିକାର ଙ୍କ ସ୍ତ୍ରୀ ପଦ୍ମା ରୁଞ୍ଜିକାର ଜଣେ ଆଶା କର୍ମୀ ,ପଦ୍ମା ଗତ ମାସ 28 ତାରିଖ ଦିନ ପିଡିତା କୁନି ହରିଜନ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରେଇବା ବାହାନା ରେ ନବରଙ୍ଗପୁର ସହର ପଠାଣ ସାହି ସ୍ଥିତ ଏକ ଘରକୁ ଡାକିଥିଲେ ,ସେଠାରେ ପଦ୍ମା ଙ୍କ ସ୍ୱାମୀ ଲିଲିଆ ରୁଞ୍ଜିକାର ଜବରଦସ୍ତି ତାଙ୍କ ସହିତ ଧର୍ଷଣ କରିଥିଲେ ,ସେ ସମୟରେ ସେଠାରେ ଲିଲିଆ ଙ୍କ ସ୍ତ୍ରୀ ପଦ୍ମା ଉପସ୍ଥିତ ରହି ଲିଲିଆର ଧର୍ଷଣ ବେଳ ର ଭିଡିଓ ନିଜ ମୋବାଇଲ ରେ ଉଠାଇଥିଲେ।, ପରେ ଲିଲିଆ ଏବଂ ପଦ୍ମା ପିଡିତା କୁନି ଙ୍କୁ ନେଇ କାହାକୁ କିଛି ନ କହିବା ପାଇଁ ମାଁ ଭଣ୍ଡାରଘରଣୀ ଙ୍କ ମନ୍ଦିର ରେ ପ୍ରମାଣ କରେଇ ଥିଲେ। ଯଦି ବାହାରେ ପ୍ରକାଶ କରିବୁ ତ ଜୀବନରେ ମାରି ଦେବାର ଧମକ ମଧ୍ୟ କୁନି (ଧର୍ଷିତା)କୁ ଦେଇଥିଲେ , ଏ ସବୁ ଅଘଟଣ ଯୋଗୁଁ ମାନସିକ ଦୁଶ୍ଚିନ୍ତା ରେ ମାନସିକ ଭାରସାମ୍ୟ ହରାଇ ଗତ ମାର୍ଚ୍ଚ 11 ତାରିଖଦିନ ପିଡିତା କୁନି ଆତ୍ମହତ୍ୟା କରିବାର ଉଦ୍ୟମ କଲାବେଳେ ତାଙ୍କ ପରିବାର ଲୋକେ ଦେଖି ଉଦ୍ଧାର କରିଥିଲେ। ବହୁତ ପଚରା ଉଚୁରା ପରେ ଶେଷ ରେ ଘର ଲୋକ ଙ୍କ ଆଗରେ ସମସ୍ତ କଥା ପ୍ରକାଶ କରିଥିଲେ କୁନି। , ଏ ନେଇ ଆଜି କୁନି ଖାତିଗୁଡା ଥାନା ରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କ ଡାକ୍ତରୀ ମାଇନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା , ଖାତିଗୁଡା ପୋଲିସ ମଧ୍ୟ ଅଭିଯୋଗ କୁ ଗୁରୁତର ସହ ଗ୍ରହଣ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.