ଆଭ୍ୟନ୍ତରୀଣ ଅଂଚଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ଉଦ୍ଘାଟନ

add-all

ମାଲକାନଗିରି, ୧୬।୩ : ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳରେ ଜନସାଧାରଣଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଗେଇ ଆସିଛି | ଆଜି ମାଲକାନଗିରି ବ୍ଲକ ଶିଖପାଲ୍ଲୀ ପଂଚାୟତ ଅନ୍ତର୍ଗତ ଆଭ୍ୟନ୍ତରୀଣ କୋଡେଲମେଟଲା ଆଦିବାସୀ ଗ୍ରାମ ନାମରେ ଏମ୍‌.ଭି,୧୭ ଠାରେ ଏକ ଶାଖା ଓଡିଶାର ମୁଖ୍ୟ ସାଧାରଣ ପରିଚାଳକ ଚନ୍ଦ୍ରଶେଖର ଶର୍ମା, ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଉଚ୍ଚ ପଦାଧିକାରୀ ଉପସ୍ଥିତିରେ ଆଜି ଲୋକାର୍ପିତ ହୋଇଛିା

ଓଡିଶା ମୁଖ୍ୟ ପରିଚାଳକ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ଯେ, ମାଲକାନଗିରି ଜିଲ୍ଲାରେ ୩୫୧ ଜଣ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ୧୦ କୋଟି ୪୭ ଲକ୍ଷ ଟଙ୍କା ଋଣ ପ୍ରଦାନ କରା ଯାଇଛିା ।ଗାମୀ ଦିନରେ କ୍ଷୁଦ୍ର ବ୍ୟବସାୟୀ, ମହିଳା ସ୍‌ୟଂ ସହାୟକ ଗୋଷ୍ଠି ଏବଂ ଛୋଟ ଉଦ୍ୟୋଗୀ ମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦିଆ ଯିବା ଆଜିର ଏହି ବ୍ୟାଙ୍କଟି ମାଲକାନଗିରି ଜିଲ୍ଲାର ସାତଟି ପଂଚାୟତର ଆଦିବାସୀ ବହୁଳ ହିତାଧିକାରୀ ମାନେ ଏହି ଶାଖାରୁ ବିଶେଷ ଉପକୃତ ହେବେ ବୋଲି ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ପ୍ରକାଶ କରିଛନ୍ତିା ଆଜି ୧୬ଟି ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ସେମାନଙ୍କ ଉନ୍ନତି ପାଇଁ ବ୍ୟାଙ୍କ ତରଫରୁ ଋଣ ପ୍ରଦାନ କରା ଯାଇଥିଲ।

ad-week
Leave A Reply

Your email address will not be published.