ମହିଳା ମାଓବାଦୀଙ୍କର ଆତ୍ମସମର୍ପଣ…

add-all

ମାଲକାନଗିରି, ୧୬।୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ପୋଲିସ ନିକଟରେ ୫ଲକ୍ଷ ଟଙ୍କା ଇନାମି ଏସିଏମ କମାଣ୍ଡର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା ଛତିଶଗଡ଼ ର ସୁକୁମା ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ରାମେ ନାମକ ଜଣେ ମହିଳା ମାଓ କମାଣ୍ଡର ମାଓବାଦୀ ଦଳରେ ରହି କାର୍ଯ୍ୟ କରିଆସୁଥିଲେ । ତେବେ ସେ ବହୁ ବଡ଼ ବଡ଼ ହିଂସାକାଣ୍ଡ ରେ ଜଡିତ ଥିବା ବେଳେ ସରକାରଙ୍କ ପକ୍ଷରୁ ତାଙ୍କ ନାମରେ ୫ଲକ୍ଷ ଟଙ୍କାର ଇନାମ ଘୋଷଣା କରାଯାଇଥିଲା । ରାମେକୁ ଧରିବା ପାଇଁ ସୁକୁମା ପୋଲିସ ପକ୍ଷରୁ ବହୁ ପ୍ରୟାସ ଜାରି ଥିବାବେଳେ ଆଜି ରାମେ ନିଜେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ପୁନା ନର୍କମ ତଥା ଘରକୁ ଫେର ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଥିବା ବେଳେ ମାଓ ସଙ୍ଗଠନ ନିଜର ନୀତି ଆଦର୍ଶ ହରାଉଥିବା ରୁ ସେ ସାଧାରଣ ଜୀବନ ଯାପନ ପାଇଁ ସୁକୁମା ଏସପିଙ୍କନିକଟରେ ଆତ୍ମସମର୍ପଣ କରିଥିବା କହିଛନ୍ତି । ତେବେ ରାମେଙ୍କୁ ସରକାରୀ ନିୟମ ଅନୁଯାୟୀ ସମସ୍ତ ସୁବିଧା ଯୋଗାଇଦିଆଜିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ad-week
Leave A Reply

Your email address will not be published.