
ଉମରକୋଟ : ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ I
ସୂଚନା ପ୍ରକାରେ ଆଜି ଉମରକୋଟ ବ୍ଲକର, ଏବଂ ପୌରପରିଷଦର ବିଭିନ୍ନ ପ୍ରକଳ୍ପ ଓ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ନିମନ୍ତେ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆସିଥିଲେ I ସାଙ୍ଗରେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ କୋମଳଚନ ମିଶ୍ର, ଉମରକୋଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ସିମାଞ୍ଚଳ ମାଝୀ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଋଷି ମାଝୀ ପ୍ରଶାସନ ସୁନ୍ଦର ଭାବରେ କାର୍ଯକ୍ରମ ପରିଚାଳନା ପାଇଁ ସବୁ ଯନ୍ତ୍ରୀ, ପ୍ରୋଗ୍ରାମ ଅଫିସର, ଓ ଅନ୍ୟାନ୍ନ କର୍ମଚାରୀ ମାନଙ୍କୁ ନେଇଁ ୩ ଟି ଗ୍ରୁପ କରିଥିଲେ I ପୋଡ଼ାଗାର ପାଇଁ ୧୧ ଜଣିଆ ଟିମ, ଟିମ ଲିଡର ଥିଲେ ଶ୍ରୀ ସଂକେତ ନାୟକ ଏଇଇ, ପୂଜାରୀଗୁରା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୩ ଜଣିଆ ଟିମ, ଟିମ ମୂଖ୍ୟ ଥିଲେ ଶ୍ରୀ ଦଶରଥ ଖେମୁଣ୍ଡୁ, ଜେ ଇ, ଜାମରୁଣ୍ଡା 5T ସରକାରୀ ଉଚ୍ଚବିଦ୍ୟାଳୟ ପାଇଁ ୧୨ ଜଣିଆ ଟିମ, ଟିମ ମୂଖ୍ୟ ଥିଲେ ଶ୍ରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଏ ଇ I 5T ସଚିବ ପ୍ରଥମେ ପୋଡାଗର ଐତିହାସିକ ସ୍ଥାନ ଓ ଶିବ ମନ୍ଦିର ପରିଦର୍ଶନ କରି, ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିଦର୍ଶନ କରି ଉମରକୋଟ ଆର ଏମ ଛି ପଡିଆ ଠାରେ ଏସ.ହେସ.ଜି ଗ୍ରୁପ ଦ୍ଵାରା ତିଆରି କରାଯିବା ସମସ୍ତ କାର୍ଯକ୍ରମ ବୁଲି ଦେଖିଥିଲେ, ଏବଂ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ I ସେଠାରୁ ବାହାରି ମା ପେଣ୍ଡ୍ରାଣୀ ମନ୍ଦିର ପରିଦର୍ଶନ କରି ପୂଜାଅର୍ଚନା କରି ସିଧା ପୂଜାରୀଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଂଚି ସମସ୍ତ ଗୃହ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମୀକ୍ଷା କରିଥିଲେ, ପାଖର ଭାସ୍କଳ ସେତୁ ପରିଦର୍ଶନ କରି ଚାଷୀ ମାନଙ୍କ ସହ ଆଲୋଚନା କରି କହିଲେ ଆହୁରି ଉନ୍ନତ ମାନର କାର୍ଯ୍ୟ ଏହି ଭାସ୍କଳ ସେତୁରେ କରାଯିବI , ସେଠାରୁ ବାହାରି ଠିକ ୧୨.୩0 ମିନିଟରେ ଜାମରୁଣ୍ଡା 5T ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପହଁଚି ସମୀକ୍ଷା କରି, ଠିକ ୧. ୩0 ମିନିଟରେ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମୀକ୍ଷା କରି ଆହାର କେନ୍ଦ୍ରରେ ମଧ୍ୟାନ୍ନ ଭୋଜନ କରି ସାରି ଚନ୍ଦାହାଣ୍ଡି ଅଭିମୁଖେ ବାହାରି ଥିଲେ I 5T ସଚିବଙ୍କ ବିଭିନ୍ନ କାର୍ଯକ୍ରମରେ ହଜାର ହଜାର ମା ଭଉଣୀ ଯୋଗଦାନ କରି ଫୁଲ ତୋରା ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ I ଉମରକୋଟ ପୋଲିସ ବିଭାଗ ସମସ୍ତ ଜାଗାରେ ପୋଲିସ ମୁତୟନ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ, 5T ସଚିବ ଶ୍ରୀ ଭି. କେ. ପାଣ୍ଡିଆନଙ୍କୁ ଉମରକୋଟ ସହର ବାସି ଏବଂ ସାଧାରଣ ଜନତା ସାଧୁବାଦ ଜଣାଇଥିଲେ I