ଏମକେସିଜିରେ ରୋଗୀ ସେବା ବ୍ୟାହତ

Independence

ଦରମା ଓ ଇପିଏଫ/ଇଏସଆଇ ସଠିକ ପୈଠ ନ ହେବା ଅଭିଯୋଗ ରେ କର୍ମଚାରୀ ଙ୍କ ଧାରଣା

ଲିଖିତ ପ୍ରତିଶୃତି ପରେ ଧାରଣା ସ୍ଥଗିତ

ବ୍ରହ୍ମପୁର : ସାରା ରାଜ୍ୟ ଭଳି ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ର ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ନେଇ ଲାଗିରହିଥିବା ଏଜେନ୍ସି ଯନ୍ତ୍ରଣାର ସମସ୍ୟା ଥମିବାର ନାଁ ଧରୁନି I ଗୋଟିଏ ପଟେ ସରକାର ଆଉଟସୋରସିଂ ବ୍ୟବସ୍ଥା କୁ ହଟାଇବା ବଦଳରେ ଏହି କ୍ଷେତ୍ର ରେ ସ୍ୱଚ୍ଛତା ଆଣିବାକୁ 5t ମୋ ସରକାର ଅଧୀନ କୁ ନେବା ର ଘୋଷଣା କରିଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରି ହୋଇ ପାରିଲା ନାହିଁ I ଅନ୍ୟପଟେ ଦକ୍ଷିଣ ଓଡିଶା ର ପ୍ରମୁଖ ମେଡିକାଲ କଲେଜ ବ୍ରହ୍ମପୁର ଏମକେସିଜି ରେ କର୍ମଚାରୀ ଙ୍କୁ ସଠିକ ସମୟ ରେ ଦରମା ମିଳିପାରୁନି କିମ୍ଭା ଇପିଏଫ, ଇଏଆଇ ବାବଦ ଅର୍ଥ ସଠିକ ପୈଠ ହୋଇ ପାରୁନାହିଁ I ଏନଏମଆର ଭାବେ ନିଯୁକ୍ତ କର୍ମଚାରୀ ମାନଙ୍କୁ ମାସକୁ ଅଧା ରୁ ଅଧିକ ଦିନ ଡ୍ୟୁଟି ମିଳିପାରୁନାହିଁ, ଅନେକ କର୍ମଚାରୀ ଙ୍କ ଡ୍ୟୁଟି ଅନୁଯାୟୀ ପ୍ରାପ୍ୟ ମିଳିପାରୁନାହିଁ I ଅନେକ କର୍ମଚାରୀ ମାନଙ୍କ ବହୁମାସ ର ଦରମା ବକେୟା ରହିଛି ଯାହାକୁ ନେଇ ସ୍ୱଳ୍ପ ଦରମା ରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ବଜାର ଦର କୁ ନେଇ ଚଳିବା ରେ ଅସୁବିଧା ହେଉଛି I ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି I
ଘଟଣା ଅନୁଯାୟୀ ଓଡିଶା ଅଭିରାମ କେୟାରଟେକିଙ୍ଗ, ଭୁବନେଶ୍ୱର ସଂସ୍ଥା ଅଧୀନ ରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ କର୍ମଚାରୀ ମାନ ଙ୍କ ଏହି ସବୁ ସମସ୍ୟା କୁ ନେଇ ମେଡିକାଲ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଘ ତରଫରୁ ପୂର୍ବରୁ ଏଜେନ୍ସି ଓ ମେଡିକାଲ ପ୍ରଶାସନ ଙ୍କ ଦୃଷ୍ଟି କୁ ବାରମ୍ବାର ଆଣିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନଥିଲା I ତେଣୁ ସକାଳ ସମୟ ରେ ହଠାତ ସଙ୍ଘ ଦ୍ୱାରା ଜରୁରୀ କାଳୀନ ବିଭାଗ କୁ ଛାଡି ଅନ୍ୟ ସବୁ ବିଭାଗ ଶତାଧିକ କର୍ମଚାରୀ ଙ୍କୁ ନେଇ ସୁପାରିଟେଣ୍ଡେଣ୍ଟ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହିତ ଧାରଣା ରେ ବସିଥିଲା I ପରବର୍ତୀ ଅବସ୍ଥା ରେ ମେଡିକାଲ ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ମିଞ୍ଜ ସଙ୍ଘ କର୍ମକର୍ତ୍ତା ସହ ଆଲୋଚନା ପରେ ସମ୍ପୃକ୍ତ ଏଜେନ୍ସି କୁ ତାଗିତ କରିଥିଲେ ଯାହାରୀ ଫଳ ରେ ସଂସ୍ଥା ଦ୍ୱରା ଅଧିକାଂଶ ପିଲା ର ମାର୍ଚ୍ଚ ମାସ ର ଦରମା ପୈଠ କରାଯାଇଥିଲା I କିନ୍ତୁ ଇପିଏଫ, ଇଏଆଇ ବାବଦ ଅର୍ଥ ପୈଠ ଓ ଅନ୍ୟନ୍ୟ ବକେୟା ଦରମା ଦାବୀ କୁ ନେଇ କର୍ମଚାରୀ ମାନେ ଧାରଣା ରେ ଆଡି ବସିଥିଲେ I ଯାହାରୀ ଫଳ ରେ ଅନେକ ବିଭାଗ ରେ ରୋଗୀସେବା ବ୍ୟାହତ ହେବା ସହ ବିଳମ୍ବିତ ସମୟ ପର୍ଯ୍ୟନ୍ତ ରୋଗୀ ସମ୍ପର୍କୀୟ ନାନାଦି ଅସୁବିଧା ର ସମ୍ମୁଖୀନ ହୋଇଥିଲେ I
କିନ୍ତୁ ଏଜେନ୍ସି ର ଯୁକ୍ତି ପ୍ରକାରେ ମେଡିକାଲ ତରଫରୁ ଦୀର୍ଘ ଦିନ ହେବ କର୍ମଚାରୀ ପ୍ରାପ୍ୟ ବାବଦ କୁ ଚାରିକୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଦୀର୍ଘ ଚାରିମାସ ହେବ ବିଲ ହୋଇ ନଥିବା ଓ ଏଜେନ୍ସି ସଠିକ ଇପିଏଫ ପୈଠ କରୁ ନଥିବାରୁ ଆମେ ବିଲ କରୁନଥିବା ମେଡିକାଲ ପ୍ରଶାସନ ତରଫରୁ ଯୁକ୍ତି ରଖାଯାଇଛି କିନ୍ତୁ *ଏହାରି ପଛରେ ପିସି କାରବାର ହିଁ ମୁଖ୍ୟ କାରଣ ବୋଲି ବିଶ୍ୱସ୍ତ ସୂତ୍ର ରୁ ଖବର ମିଳୁଛି I ପ୍ରଶାସନ ର ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କ ପ୍ରତି ଖାମଖିଆଲି ନୀତି ଓ ଦୁର୍ନୀତି ସହ ସମ୍ପୃକ୍ତ କିଛି ଅଧିକାରୀ ଙ୍କ ପାଇଁ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ତ୍ୱରିତ ସମାଧାନ ନ ହେବା କାରଣ ରୁ କର୍ମଚାରୀ ଅସନ୍ତୋଷ ସହ ସାଧାରଣ ରୋଗୀ ହଇରାଣ ହେଉଥିବା ଦେଖିବାକୁ ମିଳୁଛି ତେଣୁ ଏହାର ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍ଘ ତରଫରୁ ଦାବୀ କରାଯାଇଛି I
ପରବର୍ତୀ ସମୟ ରେ ଏଜେନ୍ସି ତରଫରୁ ଲିଖିତ ପ୍ରତିଶୃତି ପ୍ରକାରେ ଆସନ୍ତା 20 ତାରିଖ ରେ ମେଡିକାଲ ପ୍ରଶାସନ ଓ ସଙ୍ଘ କର୍ମକର୍ତ୍ତା ଙ୍କ ସହ ବୈଠକ କରି ଏହି ସମସ୍ୟା କୁ ସମାଧାନ କରିବାକୁ ପ୍ରତିଶୃତି ମିଳିବା ପରେ ସଙ୍ଘ ଆନ୍ଦୋଳନ କୁ ସ୍ଥଗିତ ରଖିଛି I
ସୂଚନା ଯୋଗ୍ୟ ଏମକେସିଜି ରେ ଏହିଭଳି ଏଜେନ୍ସି ଯନ୍ତ୍ରଣା କେବଳ ଅଭିରାମ ସଂସ୍ଥା କୁ ନେଇ ନୁଁହ ପୂର୍ବରୁ ଗଞ୍ଜାମ ସିକ୍ୟୁରିଟି ସଂସ୍ଥା ପାଖରେ ବହୁଦିନ ର ଏରିଅର ଅର୍ଥ ବକେୟା, ଏଲଏଣ୍ଡ କେ ସଂସ୍ଥା ଦ୍ୱାରା ସିକ୍ୟୁରିଟି କର୍ମଚାରୀ ଙ୍କ ର ଇପିଏଫ ପୈଠ ରେ ସମସ୍ୟା, ବିନା ଖୋଲା ଟେଣ୍ଡର ରେ ମଲ୍ଟି ସଫ୍ଟ କଟକ ଅଧୀନ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ସମସ୍ୟା, ପ୍ରତ୍ୟୁଷ ସଂସ୍ଥା ଅଧୀନ ରେ କାର୍ଯ୍ୟରତ ଫାର୍ମାସିଷ୍ଟ ଓ ଡାଟାଏଣ୍ଟ୍ରି କର୍ମଚାରୀ ମାନଙ୍କ ବହୁଦିନ ର ସମସ୍ୟା ସହ କିଛି ସଂସ୍ଥା ମାନଙ୍କ ର ଟେଣ୍ଡର ଚୁକ୍ତି ସରିଯାଇଥିଲେ ମଧ୍ୟ ବହୁଦିନ ର ଦରମା ବକେୟା ରହିଥିବା କାରଣ ରୁ କର୍ମଚାରୀ ଙ୍କ ଭିତରେ ଅଶାନ୍ତି ଭରି ରହିଛି ଯାହାକୁ ନେଇ ଆଗାମୀ ଦିନ ରେ ପୁଣି ଆନ୍ଦୋଳନ ଓ ରାଜ୍ୟ ମହାସଂଘ ତରଫରୁ ସ୍ଥାୟୀ ନିଯୁକ୍ତି ଦାବିରେ ଆସନ୍ତା 25 ରେ ଅନିର୍ଦ୍ଧିଷ୍ଟ କାଳ ସମ୍ପୂର୍ଣ କାର୍ଯ୍ୟାବନ୍ଦ ଆନ୍ଦୋଳନ ଡାକରା ପରିପ୍ରେକ୍ଷୀ ରେ ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କ ଭରଷା ରେ ଚାଲିଥିବା ମେଡିକାଲ ରେ ରୋଗୀ ସେବା ବ୍ୟାହତ ହେବାର ଯଥେଷ୍ଟ ସମ୍ଭାବନା ରହିଛି I ତେଣୁ ସରକାର ଓ ସ୍ଥାନୀୟ ପ୍ରଶାସନ ଏ ପ୍ରତି ଦୃଷ୍ଟି ଦେଇ ଶୀଘ୍ର ସାମାଧାନ କରିବାକୁ ସଙ୍ଘ ତରଫରୁ ଦାବୀ ହେଉଛି I
ଆଜିର ଏହି କାର୍ଯ୍ୟକ୍ରମ ରେ ଆଉଟସର୍ସିଙ୍ଗ କର୍ମଚାରୀ ମହାସଂଘ ରାଜ୍ୟ ଆବାହକ ପ୍ରତାପ ପ୍ରଧାନ ଙ୍କ ସହ ସଙ୍ଘ ସଭାପତି ସି. ଏଚ. ସୁନୀଲ ପାତ୍ର, ସମ୍ପାଦକ ଏନ.ନିରଞ୍ଜନ ଦାସ, ଶ୍ରୀନିବାସ ପାତ୍ର, ପି. ରମେଶ ରାଓ,ରିଙ୍କୁ ନାୟକ, ସନାତନ ନାୟକ, ସୁଜିତ ପାତ୍ର, ମୁରଲୀ ରାଜୁ, ରାଜଲକ୍ଷ୍ମୀ ସାହୁ, ଚିତ୍ତରଞ୍ଜନ ସାହୁ ଗଞ୍ଜାମ ଜିଲ୍ଲା ମହାସଂଘ ଉପସଭାପତି ଜୟରାମ ରାଓ ଓ କାର୍ଯ୍ୟକାରି କମିଟି ର ସମସ୍ତ କର୍ମକର୍ତା ପ୍ରମୁଖ ନେତୃତ୍ୱ ନେଇଥିଲେ I

ad-week
Leave A Reply

Your email address will not be published.