କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ଙ୍କ ରେଢ଼ାଖୋଲ ଡିଭିଜନ କେନ୍ଦୁପତ୍ର ସଂସ୍ଥାର ସମୀକ୍ଷା…

youtube

ସମ୍ବଲପୁର //ରେଢ଼ାଖୋଲ :କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଙ୍କ ରେଢ଼ାଖୋଲ ଗସ୍ତ କାର୍ଯ୍ୟକ୍ରମ କରି କେନ୍ଦୁପତ୍ର ସଂସ୍ଥାର ସମୀକ୍ଷା କରିଛନ୍ତି।

କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଙ୍କ ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନ ଗସ୍ତ କାର୍ଯ୍ୟକ୍ରମ କରି ରେଢ଼ାଖୋଲ ଡି ଏଫ୍ ଓ ଙ୍କ କାରଯ୍ୟାଳୟରେ ସରକାରଙ୍କ ଦ୍ଵାରା ଘୋଷିତ ଏବଂ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ର ସମୀକ୍ଷା କରାଯାଇଥିଲା। ବିଶେଷ ଭାବରେ ଦୀୟଜାଉଥିବା ବୋନସ, ମୃତ୍ୟ କାଳୀନ ସହାୟତା, ପାଣି ବୋତଲ, ଚପଳ, ପରିଚୟ ପତ୍ର, ଗୋଛା କଟେଇ, ଫଡି ମରାମତି, ଫଡ଼ି କମିଟି ବିଷୟରେ ଆଲୋଚନା କରା ଯାଇଥିଲା। ୨୦୧୯ ମସିହା ରୁ ବନ୍ଦ ଥିବା ଛାତ୍ର ବୃତ୍ତି ସାହାଯ୍ୟ ପୁନର୍ବାର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ପରେ ଏଇ ଶିକ୍ଷାବର୍ଷ ରେ କାର୍ଯ୍ୟକାରୀ କରାଯାଉଛି। ପ୍ରତେକ୍ ତୋଳାଳୀ ଏବଂ କର୍ମଚାରୀ ଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ନିର୍ଦେଶ ପରେ ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନ ରେ ଥିବା ୨୭୨୬୧ ତୋଳାଳୀ ଙ୍କ ମଧ୍ୟରୁ ୨୩୩୨୮ ଜଣ ବର୍ତ୍ତମାନ ଯାଏ ଅନ୍ତର୍ଭକ୍ତ ହୋଇଥିବାବେଳେ ଅନ୍ୟ ୩୯୩୩ ଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇବାରୁ ବଞ୍ଚିତଙ୍କୁ ଏହି ଯୋଜନାର ଅନ୍ତର୍ଭୂକ୍ତ କରିବା ପଦକ୍ଷେପ ଗ୍ରହଣ କରାଯାଉଛି।
ସେହିପରି ୭୦ ଜଣ ତୋଳାଳୀ ମୃତ୍ୟୁ ସହାୟତା ଭାବରେ ୯୯୫୦୦୦୦ ଟଙ୍କା ଓ ୧୯ ଜଣ କର୍ମଚାରୀ ୨୨୫୫୦୦୦ଟଙ୍କା ସହାୟତା, ୩ବନ୍ଧଳି ୫୦୦୦୦୦ ଟଙ୍କା ପାଇଛନ୍ତି। ମୃତ୍ୟୁ ସହାୟତା ଗତ ବର୍ଷ ପର୍ଯ୍ୟନ୍ତ ଏକ ଲକ୍ଷ ଟଙ୍କା ଥିବାବଳେ ଚଳିତ ବର୍ଷ ରୁ ଏହାକୁ ବୃଦ୍ଧି କରାଯାଇ ଦୁଇ ଲକ୍ଷ୍ୟ ଟଙ୍କା କରାଯାଇଛି। ସାମାଜିକ ସୁରକ୍ଷା ଯୋଜନା ର ଅନ୍ତର୍ଭୁକ୍ତ ହେବା ପାଇଁ ଦୁଇ ହଜାର କେରି ପତ୍ର ମାପଦଣ୍ଡ କୁ କୋହଳ କରି ହଜାରେ କେରି ମlପଦଣ୍ଡ ରଖାଯାଇଛି। ଚଳିତ ବିଧାନସଭା ବଜେଟ ଅଧିବେଶନ ରେ ୫୦କୋଟି ଟଙ୍କା ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉନ୍ନୟନ ପାଣ୍ଠି କୁ ପ୍ରଦାନ ଘୋଷଣା ସହ ଗତ ନଭେମ୍ବର ମାସରେ ଓଡ଼ିଶାର ଆଠ ଲକ୍ଷ୍ୟ ତୋଳାଳୀ ଙ୍କୁ ୧୦୦୦ ଟଙ୍କା ଏବଂ ୧୮ହଜାର ସିଜିନାଲ୍ କର୍ମଚାରୀ ଙ୍କୁ ୧୫୦୦ ଟଙ୍କା ପ୍ରଦାନ କୁ ତୋଳାଳୀ କର୍ମଚାରୀ ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।

ଡି ଏଫ୍ ଓ ବାସିଲ ବାର୍ଲା ଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତି, ଏ ସି ଏଫ୍ ରୋଫ ଚାନ୍ଦ ସୋରେନ ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଯା ରାଜ୍ୟ ସମ୍ପାଦକ ଅନାଦି ସାହୁ, ରେଢ଼ାଖୋଲ ଡିଭିଜନ ସମ୍ପାଦକ କିଶୋର ପ୍ରଧାନ, ଆଠମଲ୍ଲିକ ଡିଭିଜନ ସମ୍ପାଦକ ବିନୋଦ ପ୍ରଧାନ, ଯୁଗ୍ମ ସମ୍ପାଦକ ଉଦିତ ତ୍ରିପାଠୀ, ଭିକାରୀ ପ୍ରଧାନ, ସୁମିତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.