ଖାକିରେ ଲାଗିଲା ଦାଗ…

add-all

ମାଲକାନଗିରି : ପୁଣି ଜଣେ ଖାକି ବର୍ଦ୍ଧି ଧାରୀ ପୋଲିସ କନେଷ୍ଟବଳ ଗଞ୍ଜେଇ ଚାଲାଣ ରେ ଗିରଫ । ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଥାନା ମାର୍କାପାଲ୍ଲୀ ଠାରେ ଜଣେ ଗଂଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଂଜେଇ ଚାଲାଣ କରୁଥିବା ଖବର ମିଳିବା ପରେ ମାଲକାନଗିରି ଏସ୍‌.ଡି.ପି.ଓ ଘଟଣା ସ୍ଥଳରେ ପହଂଚି ଗଂଜେଇ ଜବତ କରି ଶରତକୁ ଗିରଫ କରିଥିଲୋ ତେବେ ଶରତ ଚନ୍ଦ୍ର ବୟାନ ଅନୁଯାୟୀ ଏହି ଗଂଜେଇକୁ ମାଲକାନଗିରି ପୋଲିସ କନଷ୍ଟେବଲ ମନୋଜ କୁମାର ମୁଦୁଲିଙ୍କ ସହାୟତାରେ ଗଂଜେଇ ଚାଲାଣ ହେଉଥିବା ପ୍ରକାଶକରିଥିଲେ । ଏହାପରେ ଏସ୍ଡିପିଓ ଘଟଣାର ତଦନ୍ତ କରି ମନୋଜ କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ଏନେଇ ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋ ଙ୍କୁ ପଚାରିବାରୁ ସେ ଘଟଣା କୁ ସ୍ୱୀକାର କରିଛନ୍ତି

ad-week
Leave A Reply

Your email address will not be published.