ପୋଖରୀରେ ବୁଡି ମହିଳା ମୃତ…

add-all

ହିଞ୍ଜିଳିକାଟୁ ୨୦।୩ : ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମ ର ସରା ଦାଶ (୪୦) ସକାଳ ବେଳେ ଗାଁ ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ବହୁତ ସମୟ ଧରି ବଳା ଘରକୁ ନଫେରିବାରୁ ପରିବାର ଲୋକେ ପୋଖରୀ ନିକଟକୁ ଖୋଜିବା ପାଇଁ ଆସିଥିଲେ। ପୋଖରୀ ହୁଡ଼ାରେ ସରା ଙ୍କ ପିନ୍ଧା ଶାଢ଼ୀ ଥିବା ଦେଖି ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରିବା ସହ ପୋଖରୀ ଭିତରେ ଖୋଜିବା ଆରମ୍ଭ କରିଥିଲେ। ପରିବାର ଲୋକେ ଏବଂ ଗ୍ରାମବାସୀ ଖୋଜାଖୋଜି ପରେ ବଳାଙ୍କ ମୃତ ଦେହ ପାଣି ଭିତରେ ଥିବା ଜାଣି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ।ଏନେଇ ୬।୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.