
ହିଞ୍ଜିଳିକାଟୁ ୨୦।୩ : ରାଜ୍ୟ ମୁଖ୍ୟମନ୍ତ୍ରୀ ଆସନ୍ତା ଆସନ୍ତା ରବିବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଆସି ହିଞ୍ଜିଳି ବ୍ଲକ ଓ ପୌରପାଳିକାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲୋକାର୍ପଣ କରିବେ। ଏହି ପରିପ୍ରେକ୍ଷୀରେ ସୋମବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ସମେତ ଵହୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ହିଞ୍ଜିଳି ଗସ୍ତ କରି ରୋଡ ମ୍ୟାପ ପ୍ରସ୍ତୁତ କରିବା ସହ ଅନ୍ୟାନ୍ୟ ବିଷୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ଟିକିନିଖି ପ୍ରସ୍ତୁତି କାର୍ଯ୍ୟ ଉପରେ ଜିଲା ପ୍ରଶାସନ କଡ଼ା ନଜର ରହିଛି। ଏ ନେଇ ଜିଲା ପ୍ରଶାସନିକ ଅଧିକାରୀ ମାନେ ଘନଘନ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିଛନ୍ତି। ହିଞ୍ଜିଳିକାଟୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା, ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ ଛକ ସ୍ଥିତ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ ନିମନ୍ତେ ଅନୁଧ୍ୟାନ କରିଥିଲେ। ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ହେଲିପ୍ୟାଡ ଅବତରଣ କରିବା ନିମନ୍ତେ ଆଲୋଚନା କରିବା ସହିତ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ କଚୁଂରୁ ଛକ ନିକଟ ସାରୁ ମେଘମାଳ ତୋଟା ପଡିଆ ରଜ ସଭା ଅନୁଷ୍ଠିତ ହେବ ଏ ନେଇ ସ୍ଥିତି ଅନୁଧ୍ୟାନ କରିଥିଲେ ।ମୂଖ୍ୟମନ୍ତ୍ରୀ ଙ୍କ ହିଞ୍ଜିଳି ଗସ୍ତ କିପରି ସୁଚାରୁ ରୁପେ ସମାପନ ହେବ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାପାଳ ଶ୍ରୀ ପରିଡ଼ା ଙ୍କ ଗସ୍ତ ସମୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭି କିର୍ତ୍ତୀଭାସନ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପ୍ରଶନ କୁମାର ପାତ୍ର,ପୋଲିସ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରଦୀପ କୁମାର ଦଳାଇ, ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ପୌର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ଯନ୍ତ୍ରୀ ମାନସ ରଞ୍ଜନ ଦାସ ଙ୍କ ସହ ପୁର୍ତ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଅଞ୍ଚଳର ଜନସାଧାରଣ ମଧ୍ୟ ଉତ୍ସାହିତ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ହିଞ୍ଜିଳି ରାଜନୀତି ଚଳଚଞ୍ଚଳ ହୋଇଉଠିଛି।