ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ସମସ୍ୟାର ସମାଧାନ କର

add-all

ଛତ୍ରପୁର : ଗଞ୍ଜାମ ଜିଲା କୋଦଳା ଏନ୍‌ଏସି ଆଉଟସୋର୍ସିଂ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ସୋମବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ସାନିଟାରି ଏକ୍ପୋର୍ଟରଙ୍କୁ ବହିଷ୍କାର, ରାଜନୈତିକ ହସ୍ତକ୍ଷେପରୁ ବିରତ କରିବା, ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି, ଇଏସ୍‌ଆଇ ବାବଦ ଅର୍ଥ ଠିକ୍‌ ସମୟରେ ପୈଠ, ୩୦ ଦିନ କାର୍ଯ୍ୟର ପୂରା ଦରମା, ମାସକୁ ୨ଟି ସୁନିଶ୍ଚିତ ଛୁଟି ପ୍ରଦାନ, ଝାଡୁ ବାବଦକୁ ଟଙ୍କା ପ୍ରଦାନ, ସୁରକ୍ଷା ଉପକରଣ ସହ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଉପକରଣ ପ୍ରଦାନ, ବର୍ଦ୍ଧିତ ଦରମା ପ୍ରଦାନ ସହ ସମସ୍ତ ବୋନସ ଟଙ୍କା ତୁରନ୍ତ ପ୍ରଦାନ ସହ ସୁରକ୍ଷା ଯୋଗାଇଦେବାକୁ ଦାବି କରାଯାଇଛି।

ଦାବିପତ୍ର ପ୍ରଦାନ ବେଳେ ରାଜ୍ୟ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲା ସଭାପତି ପ୍ରଶାନ୍ତ ପରିଚ୍ଛା, କୋଷାଧ୍ୟକ୍ଷ ଉତ୍ତମ ନାୟକ, ଛତ୍ରପୁର ସଭାପତି ଗୋପୀନାଥ ନାୟକ, ପୁରୁଷୋତ୍ତମପୁର ସଭାପତି ଶଙ୍କର ନାୟକ, କାମିନୀ ନାୟକ, କମା ନାୟକ, ପ୍ରଫୁଲ୍ଳ ନାୟକ, ସୁକାନ୍ତି ନାୟକ, ବୁଲୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.