ବ୍ରାହ୍ମଣୀଗାଁ ଲ୍ୟାମ୍ପ ସମବାୟ ସମିତିରେ ଚାଷୀଙ୍କ ଆର୍ଥିକ ସାକ୍ଷରତା, ବ୍ୟାଙ୍କସେବା ଓ ଋଣ କର୍ମଶାଳା

add-all

ଦାରିଙ୍ଗବାଡ଼ି, ୨୦/୦୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଲ୍ୟାମ୍ପ ସମବାୟ ସମିତିର ଚାଷୀଙ୍କ ଆର୍ଥିକ ସାକ୍ଷରତା,ବ୍ୟାଙ୍କସେବା ଓ ଋଣ କର୍ମଶାଳା ଆଜି ବ୍ରାହ୍ମଣୀଗାଁ ଲ୍ୟାମ୍ପ ପରିସରରେ ଅନୁଷ୍ଠିତ ହୋଇଥଲା। କାର୍ଯ୍ୟ କ୍ରମରେ ସମବାୟ ସମିତିର ସଭାପତି ନିଳମତି ମଳିକ ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ବାଲିଗୁଡା ଏଆରସିଏସ ନରେଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ବୌଦ୍ଧ ବ୍ୟାଙ୍କ ଶାଖା ପରିଚାଳକ ଅନୁପମା ବେହେରା, ବାଲିଗୁଡା ଆଇସିଏସ, କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଭଦ୍ରା ପଡ୍ରା, ଗଦାପୁର ସରପଞ୍ଚ କୁମାରୀ ମଳିକ ଓ ତାଜୁଙ୍ଗି ସରପଞ୍ଚ ଶିବାଜିନି ମୁଠାମଝି ଉପସ୍ଥିତ ଥିଲେ। ବ୍ରାହ୍ମଣୀଗାଁ ଲ୍ୟାମ୍ପ ପରିଚାଳନା ନିର୍ଦେଶକ ଅଜିତ କୁମାର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଋଣ ସହାୟକ ଅଜିତ କୁମାର ପରିଡା ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। କାର୍ଯ୍ୟକ୍ରମ ରେ ଲ୍ୟାମ୍ପର ସମସ୍ତ ନିର୍ଦ୍ଦେଶକଙ୍କ ସହିତ ଅଞ୍ଚଳର ଶତାଧିକ ଚାଷୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଆରସିଏସ ନିଜ ବକ୍ତବ୍ୟରେ ନୂତନ ଭାବେ ତିନି ଗୋଟି ଲ୍ୟାମ୍ପ ଖୋଲା ଯିବା ସୂଚନା ରଖିଥିଲେ। ଯାହାକି ଗଦାପୁର ଓ ସରାମୁଳି ଗ୍ରାମ ପଞ୍ଚାୟତ ପାଇଁ ଗଦାପୁର ଠାରେ ନୂତନ ଲ୍ୟାମ୍ପ ପ୍ରତିଷ୍ଠା, ହାତିମୁଣ୍ଡା ଓ ତାଜୁଙ୍ଗି ଗ୍ରାମ ପଞ୍ଚାୟତକୁ ନେଇଁ ସିକରମାଠାରେ ଓ କାଟିଙ୍ଗିଆ, କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତ କୁ ନେଇ କାଟିଙ୍ଗିଆ ଠାରେ ନୂତନ ଲ୍ୟାମ୍ପ ପ୍ରତିଷ୍ଠା କରାଯିବାର ସୂଚନା ରଖିଥିଲେ। ସେହିପରି ଚାଷୀମାନେ ଋଣ ଟଙ୍କା ଆଣିବା ପାଇଁ ବୌଦ୍ଧ ବ୍ୟାଙ୍କ ବାଲିଗୁଡାକୁ ନଯାଇ ବାଲିଗୁଡା ବୌଦ୍ଧ ବ୍ୟାଙ୍କର ଶାଖା ଦାରିଙ୍ଗବାଡ଼ି ଠାରୁ ପାଇବାର ସୁବ୍ୟବସ୍ତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ପରି ବ୍ୟାଙ୍କରୁ ଆସୁଥିବା ଆନୁ ସାଙ୍ଗିକ ସୁବିଧା କିପରି ଲ୍ୟାମ୍ପ ମାଧ୍ୟମରେ ଚାଷୀଙ୍କ ନିକଟକୁ ପହଞ୍ଚି ପାରିବ ବୌଦ୍ଧ ବ୍ୟାଙ୍କ ପରିଚାଳକ ସୁନ୍ଦର ଭାବେ ଚାଷୀଙ୍କୁ ବୁଝାଇ ଥିଲେ। ଅଜିତ ପରିଡା କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇଥିବା ବେଳେ ବ୍ରାହ୍ମଣୀଗାଁ ଲ୍ୟାମ୍ପର ସମସ୍ତ କର୍ମଚାରୀ କାର୍ଯ୍ୟ କ୍ରମରେ ଉପସ୍ଥିତ ରହି ସହଯୋଗ କରିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.