ଗୀର୍ଜା ଘର ନିକଟରେ କମିଟି ଘର ନିର୍ମାଣ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ…

add-all

ଦାରିଙ୍ଗବାଡ଼ି,୨୦/୩ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଶ୍ରାମବାଡ଼ି ଗ୍ରାମରେ ଗୋଟିଏ ଗୋଷ୍ଠୀ ଲୋକଙ୍କର ଗିର୍ଜା ଘର ସହିତ ବଡ଼ଦିନ, ନୂଆବର୍ଷ ଭଳି ପର୍ଵ ମାନଙ୍କରେ ଜନଗହଳିକୁ ଦୃଷ୍ଟିରେ ରଖି ବାହାରେ ପ୍ରାର୍ଥନା ଆୟୋଜନ କରୁଥିବା ପାଇଁ ଉଦିଷ୍ଟ ତାରବାଡ଼ ହୋଇ ରହିଥିବା ଜାଗାରେ ଆଜି ସକାଳେ ଗାଁର ଅନ୍ୟ ଏକ ବିରୋଧୀ ଗୋଷ୍ଠୀ ସେହି ସ୍ଥାନରେ କମିଟି ଘର ନିର୍ମାଣ କରିବା ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାର ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଗ୍ରାମରେ ସରକାରଙ୍କ ଅନେକ ଜମି ଥିବା ସତ୍ବେ ଗୀର୍ଜା ଘର ସମ୍ମୁଖରେ ଅଳପ ଜମି ଥିବା ଜାଗାରେ ଚର୍ଚ୍ଚ ବିଶ୍ବାସୀ ଭାଇଭଉଣୀ ମାନଙ୍କୁ ବିରୋଧରେ ଅଶାନ୍ତି ନଥିବାଜାଗାରେ ଅଶାନ୍ତି ସୃଷ୍ଟି କରିବା ପାଇଁ କମିଟି ହଲ କରିବାକୁ ଗ୍ରାମର କିଛି ଲୋକ ଗଣ୍ଡଗୋଳ କରିଥିଲେ । ଗ୍ରାମର ଅନ୍ୟ ଗୋଷ୍ଠିର ମହିଳା ପୁରୁଷ କୋଡ଼ି, ଶାବଳ,ଲୁହାରଡ଼ ଓ କୁରାଡ଼ି ଧରି ଆବଦ୍ଧ ତାରବାଡ଼କୁ ଜୋର ଜବରଦସ୍ତ ଭାଙ୍ଗି ସେହି ସ୍ଥାନରେ କମିଟି ଗୃହ ନିର୍ମାଣ କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ଏହାଦେଖି ଗୀର୍ଜା ମଣ୍ଡଳୀର ଲୋକମାନେ ଏହାକୁ ପ୍ରତିବାଦ କରି ଅନ୍ୟ ସ୍ଥାନରେ ନିର୍ମାଣ କରିବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହା ଫଳରେ ଜଣେ ମା ଗୁରୁତର ଆହତ ହେବା ସହ ଅନ୍ୟ ବାପା ମା ମାନେ ମଧ୍ୟ ଆହାତ ହୋଇଛନ୍ତି । ଏହି ସ୍ଥାନଙ୍କୁ ନେଇ ମଧ୍ୟ ପୂର୍ବରୁ ଅଶାନ୍ତି ହେବା ସହ ଡିମାର୍କେଷନ କରି ବୁଝାମଣା ହୋଇଥିଲା । ଏହି ଘଟଣାକୁ ନେଇ ଜିହିଜିକଲ ମଲିକ ଦାରିଙ୍ଗବାଡ଼ି ଥାନାରେ ଲିଖିତ ସଭିଯୋଗ କରିଥିଲେ । ଥାନା ଅଧିକାରୀ କୋୖସିକ ମାଝୀ ମକଦମ ନଂ-୫୦/୨୦୨୩ରେ ରୁଜୁକରି ଏହାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.