ଓଡିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

add-all


ରାଉରକେଲା:: ଉତ୍କଳ ଦିବସ ପାଳନ କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ଦିବସ ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ପିଏ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଚଳିତ ବର୍ଷ ମହାସମାରୋହରେ ଓଡିଶା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅପ୍ରେଲ ୧ ତାରିଖ ଦିନ ସକାଳ ୭ ଘଟିକାରେ ଏକ ଶୋଭାଯାତ୍ରା ଅମ୍ବେଦକର ଛକ ଠାରୁ ଆରମ୍ଭ ହୋଇ ରାଉରକେଲା ର ମୁଖ୍ଯମାର୍ଗ ଦେଇ ମଧୁସୂଦନ ଛକ ନିକଟସ୍ଥ ମଧୁ ସୂଦନଙ୍କ ପ୍ରତ୍ତିମୂର୍ତ୍ତି ନିକଟରେ ପହଞ୍ଚିବ। ଏବଂ ମୁଖ୍ଯ ଅତିଥି ତଥା ସମ୍ମାନୀୟ ଅତିଥି ମାନଙ୍କ ଦ୍ବାରା ମାଲ୍ୟାର୍ପଣ କରାଯିବ। ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବେ। ଏହାଛଡା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଆ ପ୍ରବନ୍ଧ, ବତ୍କୃତା ଓ ଓଡିଆ ସଂଗୀତ ପ୍ରତିଯୋଗିତା ର ଆୟୋଜନ କରାଯିବ। ସଂଧ୍ଯା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ସମାରୋହ ର ଆୟୋଜନ କରାଯିବ। ଚଳିତ ବର୍ଷ ମଧ୍ଯ ଓଡ଼ିଆ ଭାଷା ସଂସ୍କୃତି କ୍ଷେତ୍ର ରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଏକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ କୁ ମଧୁସୂଦନ ସ୍ମତି ସମ୍ମାନ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଆଜିର ଏହି ବୈଠକରେ ଡେପୁଟି କଲେକ୍ଟର ସରୋଜିନୀ କୁଲୁ, ଆରଏସପି ର ଜିଏମ(ପ୍ରୋଟୋକଲ) ବିକେ ରାଉତ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ସମେତ ବିଭିନ୍ନ ଅନୁଷ୍ଠାନ ର ସଦସ୍ଯ , ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.