ଉତ୍କଳ ଆଲୁମିନାର ସିକ୍ୟୁରିଟି ଜି ଏମ ଡମ୍ବୁରୁ ନାଏକ ଗିରଫ…

add-all


କାଶୀପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଉତ୍କଳଆଲୁମିନା କମ୍ପାନୀର ସିକ୍ୟରିଟି ଜି ଏମ ଡମ୍ବୁରୁ ନାଏକ ଗିରଫ ଅଣ୍ଡିରାକଞ୍ଚ ପୋଲିସ ଉତ୍କଳ ଆଲୁମିନା ପୂର୍ବତନ ଏବଂ ମାସେ ପୂର୍ବରୁ କୋଡ଼ିଙ୍ଗା ମାଳି ହିଣ୍ଡାଲ କୋ ରେ ସୁରକ୍ଷା ଅଧିକାରି
ଭାବେ କାର୍ଯ୍ୟରତ ଡମ୍ବରୁ ନାଏକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଜାମିନ ପାଇଁ କାଶିପୁର କୋର୍ଟ ଅପିଲ କରିଥିବା ବେଳେ ଜାମିନ ଖାରଜ କରି ତାଙ୍କୁ ରାୟଗଡ଼ା ଜେଲ୍ ହାଜତ କୁ ପଠାଇଥିବା ଘଟଣା ସାମ୍ନା କୁ ଆସିଛି । ଏ ନେଇ କାଶୀପୁର ର ବରିଷ୍ଠ ଓକିଲ କହ୍ନେଇଲାଲ ଜୈନଙ୍କ କହିବାନୁଯାୟୀ ଅଣ୍ଡିରା କଞ୍ଚ ଥାନା ରୁ ସଂପୃକ୍ତ କେଶ
ର ସି ଡି ଆଣିବା ପାଇଁ କହିଛନ୍ତି । ମିଳିଥିବା ଖବରଅନୁଯାୟୀ ନିରୀହ ଆଦିବାସୀ ,ହରିଜନ ଙ୍କୁ କମ୍ପାନୀ ବିରୁଦ୍ଧରେ
ଉସୁକାଇ ରାସ୍ତା ବନ୍ଦ, ଗଣ ଧାରଣା ଭଳି ପ୍ରତିବାଦ
କରାଇ ବିଭିନ୍ନ ଆଳରେ କମ୍ପାନୀ ଠାରୁ ଟଙ୍କା ହଡ଼ପ
କରିଥିବା ଘଟଣାରେ ତାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି
ଅଣ୍ଡିରା କଞ୍ଚ ଥାନା ପକ୍ଷରୁ ତାଙ୍କ ବିରୁଦ୍ଧରେ କେସ ନଂ
୨୦/୨୦.୦୩.୨୩ ରେ ଏତଲା ରୁଜୁ କରି ଭାରତୀୟ
ପିଙ୍ଗଳ କୋଡ଼ ଧାରା ୧୪୩, ୧୪୭, ୧୮୬, ୧୫୩(ଏ), ୨୮୩, ୩୫୩, ୧୦୯, ୧୪୯ ସହ ୪୨୦ ଓ ୪୦୬ ମାମଲା ଟଙ୍କା ଠକେଇ ଓ ଟଙ୍କା ହଡପ ମାମଲାରେ ରୁଜୁ ହୋଇଥିବା ଖବର ମିଳିଛି।

ad-week
Leave A Reply

Your email address will not be published.