ଉପାନ୍ତ ଅଞ୍ଚଳରେ ଶ୍ରମିକ ବଦଳେ ମେସିନ୍ କରୁଛି କାମ : ପ୍ରଶାସନ ଏଠି ଧୃତରାଷ୍ଟ୍ର, ଶ୍ରମିକ ଏଠାରେ ଜଳକା…!

ଧର୍ମକୁ ଆଖିଠାର ନୀତି ରେ ମନରେଗା ଯୋଜନା…

Independence

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଦୁର୍ନୀତି ର ଚରମ ସୀମାରେ ତଥାପି ଜିଲ୍ଲା ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ପ୍ରତ୍ୟେକ ଦିନ ଅନେକ ଗଣ ମଧ୍ୟରେ ଖବର ପ୍ରକାଶିତ ହେଉଛି ତଥାପି ଜିଲ୍ଲାର ପ୍ରଶାସନିକ ଅଧିକାର ମାନେ ଆଖିରେ ଅନ୍ଧ ପୁଟଳି ବାନ୍ଧି ବସିଛନ୍ତି l ସୂଚନା ଥାଉକି ଝରୀଗାଁ ବ୍ଲକ ଅନ୍ତର୍ଗତ ଇଛାପୁର ପଞ୍ଚାୟତ ର ବରପାଣି ଗାଁ ରେ ଚାଲିଛି ପୋଖରୀ ଖନନ କାମ । ହେଲେ ଏଠି ଶ୍ରମିକ ବଦଳେ ଜେସିପି ମେସିନ୍ ରେ ଖୋଳା ଚାଲିଛି ପୋଖରୀ। ପୋଖରୀ ନିର୍ମାଣ ପାଇଁ କେତେ ଅଟକଳ ମୂଲ୍ୟ ରହିଛି, କେଉଁ ଯୋଜନାରେ କାର୍ଯ୍ୟ ହେଉଛି, କେଉଁ ପାଣ୍ଠିରୁ କେତେ ଟଙ୍କା ଆସିଛି,
କାହା ନାମରେ କାର୍ଯ୍ୟାଦେଶ ଦିଆଯାଇଛି,ଫାଇଲ ଖୋଲା ଯାଇଛି ନା ନାହିଁ, ତାହାବି ସନ୍ଦେହ ଯାହାକି ଧର୍ମକୁ ଆଖି ଠାର ନୀତିରେ ଚାଲିଛି କାମ l ସରକାରୀ ନିୟମ କୁ ଖୁଲାମ ଖୁଲା ଉଲଘ୍ନ ଏହି କାର୍ଯ୍ୟ ଗାଁ ସାଥୀ ଙ୍କ ଅବଗତରେ ହେଉଛି ନା ନାହିଁ,ମଧ୍ୟ ସନ୍ଦେହ ଏହି କାର୍ଯ୍ୟ ରେ ସରକାରୀ ନିୟମ ଅନୁସାରେ ସୂଚନା ଫଳକନାମା ବୋର୍ଡ ତିଆରି ନ ହୋଇ ପୋଖରୀ ଖୋଳା ଚାଲିଛି, ନିୟମ ଅଛି ବିନା ଫଳକ ନାମାରେ କୌଣସି ସରକାରୀ ଉନ୍ନତି ମୂଳକ କାମ ହେଇ ପାରିବ ନାହିଁ କିନ୍ତୁ ଏଠି ସବୁ ଓଲଟା, ଏଠାରେ ବିନା ଶ୍ରମିକ ରେ ମେସିନ୍ ଯୋଗେ ଖୋଳା ଚାଲିଛି ପୋଖରୀ ଖନନ କାମ l ଯେଉଁ ସ୍ଥାନରେ କାର୍ଯ୍ୟ ଚାଲିଛି ସେଠାରେ ଉପସ୍ଥିତ ରହିଥିବା ସେହି ଗାଁ ର ଲୋକଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ପୋଖରୀ ବିଷୟରେ କହିପାରି ନ ଥିଲେ। ଯେଉଁ ବ୍ୟକ୍ତି ଙ୍କ ଜମିରେ ପୋଖରୀ ଖୋଳା ଯାଉଛି ସେହି ବ୍ୟକ୍ତି ଜଣକ ହେଲେ କଲିଆ ପାଣି ଗାଁମର ଚୈନ୍ନ ସିଂ ମାଝୀ। ତାଙ୍କୁ ପଚାରିବାରୁ ପ୍ରଥମେ ଗାଁ ବାସୀ ମିଳିମିଶି ଏହାକୁ କରୁଥିବା କହିଥିଲେ। ମନରେଗା ଯୋଜନାରେ ଗୋଷ୍ଠିଗତ କାର୍ଯ୍ୟାଦେଶ ହେଉ ନ ଥିବା ସ୍ଥଳେ ଗାଁ ଲୋକେ କିପରି ଏହି ଯୋଜନାରେ କିଏ

କାର୍ଯ୍ୟାଦେଶ ପାଇଛନ୍ତି ଏବଂ ଗାଁ ସାଥି ଏହା ଜାଣିଛନ୍ତି ନା ନାହିଁ ବୋଲି କଣ୍ଟ୍ରାକ୍ଟର ଚେଇନ୍ ସିଂ କୁ ପ୍ରଶ୍ନ ପଚାରିବା ରୁ ନିରୁତ୍ତର ରହିଥିଲେ। ଏହି କାର୍ଯ୍ୟକୁ କେଉଁ ଯନ୍ତ୍ରୀ ତଦାରଖ କରୁଛନ୍ତି ପଚାରିବାରୁ ଯନ୍ତ୍ରୀ ଭରତ କୃଷ୍ଣ ରାଉତ ନିର୍ଦ୍ଦେଶ ଦେଇଥିବା ଏବଂ ୭୦ ଫୁଟ ବାଇ ୭୦ ଫୁଟ ଦୈର୍ଘ୍ୟ ପ୍ରସ୍ଥ ରେ ଖୋଳିବା ପାଇଁ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଚୈଇନ ସିଂ ମାଝୀ ପ୍ରକାଶ କରିଛନ୍ତି। ଯନ୍ତ୍ରୀ ବି. କେ.ରାଉତ ଙ୍କୁ ଏହି ପ୍ରସଙ୍ଗରେ ଗତ କାଲି ଯୋଗାଯୋଗ କରିବାରୁ କିଛି ଜାଣିନଥିବା କହି ଆସନ୍ତା କାଲି ଦେଖିକି ଓ କହିବି କହିଥିଲେ। ଆଜି ପୁନଃ ଫୋନ ଜରିଆରେ ଯୋଗାଯୋଗ କରିଥିଲେ ସୁଧା ଫୋନ ଉଠାଇ ନ ଥିଲେ କିମ୍ବା କଲ୍ ବେକ୍ କରିନଥିଲେ।ଯାହାକୁ ନେଇ ଦୁର୍ନୀତି ର ଗନ୍ଧ ବାରି ହୋଇଛି ସେହି କାର୍ଯ୍ୟ କୁ ନେଇ ତଥ୍ୟ ମାଗିବାରୁ ରଗଣମାଧ୍ୟମ ପ୍ରତିନିଧି ଙ୍କୁ ସଂପୃକ୍ତ ଯନ୍ତ୍ରୀ ଙ୍କ ଏପରି ଅଣଦେଖା କରିବା ପଛରେ କାରଣ ସ୍ପଷ୍ଟ ଜଣାପଡୁଛି। ମନରେଗା ଯୋଜନାରେ ଉନ୍ନୟନ ମୂଳକ ସରକାରୀ ଟଙ୍କା ଚଳୁ କରିବାରେ ନିରୀହ ଅଶିକ୍ଷିତ ଆଦିବାସୀ ଲୋକଙ୍କୁ ଭୁଆଁ ବୁଲାଇ ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକା ଚାଲିଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷେ ନିଜ ବ୍ଲକ୍ ରେ କାମ ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ବେକାରୀ ଯୁବକ ଯୁବତୀ ଜୀବନ ମରଣ ସମସ୍ୟାରେ ଦିନ କାଟୁଛନ୍ତି, କାର୍ଯ୍ୟ ନ ପାଇ ଦାଦନ ଖଟିବାକୁ ଯାଇ ଏକାଧିକ ଯୁବକ ଯୁବତୀ ଶବ ହୋଇ ଘରକୁ ଫେରିଥିବା ଘଟଣା ଅନେକ ଦେଖିବାକୁ ମିଳିଛି ତଥାପି ସରକାରଙ୍କ ଚେତା ପଶୁନି l ସରକାର ବିଭିନ୍ନ ଯୋଜନା ରେ ଶ୍ରମିକ ମାନଙ୍କୁ ସାମିଲ କରିବାକୁ ନିର୍ଦେଶ ରହିଛି କିନ୍ତୁ ସରକାରୀ ବାବୁ ମାନେ ନିଜ ପକେଟ ଗରମ କରିବାକୁ ଯାଇ ସରକାର ଙ୍କ ନିୟମ କୁ ଵି ମାନୁନାହାନ୍ତି l ଏଠାକାର ସରକାରୀ ଯନ୍ତ୍ରୀ ଓ ତନ୍ତ୍ରୀ ମାନେ ଠିକା ଦାରଙ୍କ ସହିତ ସୁ ସମ୍ପର୍କ ରଖି ଶ୍ରମିକ ମାନଙ୍କୁ ଜଳକା କରି ଶ୍ରମିକ ବଦଳେ କାମ କରୁଛି ମେସିନ୍ ପୁଣି ଏହି ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଗଣମାଧ୍ୟମ ପ୍ରଶ୍ନ କଲେ ଉତ୍ତର ମିଳୁନାହିଁ। କିମ୍ବା ଗଣମାଧ୍ୟମ କୁ ଖାତିର ନାହିଁ। ଫେଲ ମାରିଛି ମନରେଗା ଯୋଜନା,ଶ୍ରମିକ ନାଁରେ ଉଠୁଛି ଟଙ୍କା।ପ୍ରବାସୀ ଶ୍ରମିକ କାମ ଖୋଜି ବୁଲୁଛି। ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ମନରେଗା ଯୋଜନାରେ ଏପରି ଏକାଧିକ କାର୍ଯ୍ୟ ମେସିନ୍ ଦ୍ଵାରା କରାଯାଉଛି।ଏହି ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ଅଞ୍ଚଳବାସୀ କେହି ପ୍ରତିବାଦ କରିବାକୁ ସାହାସ କରୁନଥିବା ଦେଖିବାକୁ ମିଳୁଛି। ବ୍ଲକ୍ ପ୍ରଶାସନ ଅଧିକାରୀ ଏପରି ଘୋଟାଲା ଓ ଚଂଚକତା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଯୋଗୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ତେଣୁ ରାଜ୍ୟ ସରକାର ତୁରନ୍ତ ନବରଙ୍ଗପୁର ଜିଲ୍ଲା ଏବଂ ଖାସ ରାଇଘର ବ୍ଲକ ଅଞ୍ଚଳ ର ବିଭିନ୍ନ ଉର୍ନୟନ ମୂଳକ କାର୍ଯ୍ୟ ସବୁକୁ ସ୍ୱତନ୍ତ୍ର ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରିବାକୁ ଅଞ୍ଚଳର ବୁଦ୍ଧି ଜୀବି ଓ ସାଧାରଣ ରେ ଦାବି ହେଉଛି l

ad-week
Leave A Reply

Your email address will not be published.