ବିଶ୍ବ ଜଳଦିବସ ପାଳିତ…

add-all

ଫୁଲବାଣୀ : ବିଶ୍ବ ଜଳ ଦିବସ ପାଳନ ଅବସରରେ ଅନ୍ତରଙ୍ଗ ଯୁବ ମହାସଂଘ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଘୁ.ଉଦୟଗିରି ବ୍ଲକ ରଟିଙ୍ଗିଆ ପଞ୍ଚାୟତର କଲିନାଯୁ ଡ୍ୟାମରେ ଅନ୍ତରଙ୍ଗ ଯୁବ କ୍ଲବ୍ ଦ୍ଵାରା ପାଳନ କରାଯାଇଛି। ଏହି ଅବସରରେ ଜଳ ସଂରକ୍ଷଣ, ସ୍ୱଚ୍ଛ ଜଳ, ଜଳ ଅପବ୍ୟବହାର ନକରିବା ଉଦ୍ଦେଶ୍ୟରେ ପ୍ଲାକାର୍ଡ ମାଧ୍ୟମରେ ସଂକଳ୍ପ ନିଆଯାଇଛି। ସମସ୍ତେ ଆଗାମୀ ପୀଢ଼ି ପାଇଁ ଜଳ ସଂରକ୍ଷଣ ପାଇଁ ସଚେତନ ହେବ ପାଇଁ ବିଭିନ୍ନ ଗାଁରେ ବୁଲି ସଚେତନତା ବାର୍ତ୍ତା ଦିଆଯାଇଥିଲା। ବର୍ତ୍ତମାନ ସମୟରେ ଜଳ ସଂରକ୍ଷଣ ପାଇଁ ଯୁବ ଗୋଷ୍ଠୀଙ୍କ ଗୁରୁତ୍ୱପୂ୍ଣ୍ଣ ଭୂମିକା ରହିଛି ଏବଂ ଏହି ବାର୍ତ୍ତା ନେଇ ଜଣେ ଯୁବକ ବା ଯୁବତୀ ଦଶ ଜଣଙ୍କ ନିକଟରେ ପହଞ୍ଚିବା ପାଇଁ ଯୋଜନା କରାଯାଇଛି। ଜଳ ଓ ପରିମଳ ସମସ୍ୟାର ସମାଧାନ ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ବାର୍ତ୍ତା ଦିଆଯାଇଛି। ଆଗାମୀ ଗ୍ରୀଷ୍ମ ଋତୁରେ ଜଳର ସଙ୍କଟକୁ ଦୃଷ୍ଟିରେ ରଖି ଜଳର ସଦୁପଯୋଗ କରିବା ପାଇଁ ସଚେତନ କରାଯିବ ବୋଲି ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି।ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ବିଷ୍ଣୁପ୍ରିୟା ପ୍ରଧାନ, ସ୍ନେହାଶିଶ ପ୍ରଧାନ, ବାଲେଶ୍ଵର ପ୍ରଧାନ, ସୁମନ୍ତ ପ୍ରଧାନ, ରାଜେଶ ପ୍ରଧାନ, ରତିକାନ୍ତ ପ୍ରଧାନ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚର ସଂଯୋଜିକା ସସ୍ମିତା ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗୋଦେଇଥିବା ବେଳେ ଯୁବ କ୍ଲବର ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.