
ଦାରିଙ୍ଗବାଡ଼ି,୨୨/୩ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଭାରତୀୟ ସମ୍ବିଧାନର ମୋୖଳିକ ଅଧିକାର ଧାରା ୨୧ ପ୍ରାବଧାନ ଅନୁସାରେ ସର୍ବନିମ୍ନ ଆବଶ୍ୟକତା ଯଥା ସ୍ୱଚ୍ଛ ପାନୀୟ ଜଳ, କିଶୋରୀ ବାଳିକା ମାନଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ, ଶିଶୁ ଓ କିଶୋରୀ ବାଳିକା,ଗର୍ଭବତୀ ମହିଳା ଓ ପ୍ରସୂତି ମା ମାନଙ୍କର ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବା ନେଇ ଲିଖିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡିଓଙ୍କ ଜରିଆରେ ପ୍ରଦାନ କରିଛନ୍ତି। ପ୍ରଥମେ ଜୀବିକା ସୁରକ୍ଷା ମଞ୍ଚର ସଦସ୍ୟ ସଦସ୍ୟା ମାନେ ତହସିଲ ପଡ଼ିଆରେ ଏକତ୍ରିତ ହୋଇ, ପ୍ଲାକକାର୍ଡ଼ ଧରି ସ୍ଲୋଗାନ ଦେଇ ରାଲିରେ ବାହାରି ବଜାର ଦେଇ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ଗଦାଧର ପାତ୍ରଙ୍କ ସହିତ ଆଲୋଚନା କରି ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଦାରିଙ୍ଗବାଡ଼ି ବ୍ଳକ ଜୀବିକା ସୁରକ୍ଷା ମଞ୍ଚ ସଂଯୋଜକ ରାଜୀବ ମାଲିକଙ୍କ ନେତୃତ୍ୱରେ ମଞ୍ଚର ସଦସ୍ୟ ସଦସ୍ୟା ଓ ଲୋକ ସଂଗଠନର କର୍ମୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।