ଦାରିଙ୍ଗବାଡି ଶିଶୁମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳନ

add-all

ଦାରିଙ୍ଗବାଡି,୨୨/୩ : ଦାରିଙ୍ଗବାଡି ଶିଶୁ ମନ୍ଦିରରେ ଠାରେ ରାଷ୍ଟ୍ରୀୟ ନବବର୍ଷ ପାଳନ ହୋଇଯାଇଛି। କୁନି କୁନି ଶିଶୁ ମାନେ ଭିନ୍ନ ଭିନ୍ନ ବେଶରେ ସଜେଇ ହୋଇ ଏହି ରାଷ୍ଟ୍ରୀୟ ନବବର୍ଷକୁ ପାଳନ କରିଥିଲେ । ଶିଶୁ ମନ୍ଦିରରେ ପୂଜା ପାଠ ହେବା ସହ କୁନି କୁନି ପିଲା ମାନେ ଭିନ୍ନ ଭିନ୍ନ ବେଶରେ ସଜେଇ ହୋଇ ବଜାର ପରିକ୍ରମା କରିଥିଲେ । ମୁଖ୍ୟ ଗୁରୁମା ମନେଶ୍ୱନି ତ୍ରିପାଠୀଙ୍କ ତତ୍ତ୍ଵାବଧାନ କ୍ରମେ କାର୍ଯ୍ୟକ୍ରମ ହୋଇଥିବା ବେଳେ ସଭାପତି ନିରଂଜନ ସାହୁ, କୋଷାଧ୍ୟକ୍ଷ ଦିଲୀପ ସାହୁ, ସମ୍ପାଦକ ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଦାରିଙ୍ଗବାଡି ଶିବ ମନ୍ଦିର ପରିସର ମଧ୍ୟରେ ବନବାସି କଲ୍ୟାଣ ଆଶ୍ରମ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଟ୍ରାଏଫଡର ଉପାଧ୍ୟକ୍ଷ ପବିତ୍ର କହଁର ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ।

ad-week
Leave A Reply

Your email address will not be published.