ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଉଛନ୍ତି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଟିମ…

add-all


ମାଲକାନଗିରି, ୨୨।୩ ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ରେ ରାଜ୍ୟସରକାର ନୂତନ ପଦକ୍ଷେପ ନେଇଥିବା ବେଳେ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ସେବା ଯୋଗୁଁ ଅନେକ ଗୁରୁତ୍ତର ରୋଗୀ ସୁସ୍ଥ ହୋଇଥିବା ବେଳେ ଆଜି ପୁଣି ଏହି ବାୟୁ ସ୍ବାସ୍ଥ୍ୟ ସେବାର ସ୍ୱତନ୍ତ୍ର ଡାକ୍ତରୀ ଟିମ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଛନ୍ତି । ଏକ ସ୍ବତନ୍ତ୍ର ବିମାନ ଯୋଗେ ୧୨ ଜଣ ଡାକ୍ତରମାନେ ଜୟପୁର ପହଞ୍ଚିବା ପରେ ସେଠାରୁ ମୁଖ୍ୟ ରାସ୍ତାଯୋଗେ ମାଲକାନଗିରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଗତକାଲି ଠାରୁ ୬ ଜଣ ଡାକ୍ତର ଆସି ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଥିବା ବେଳେ ଆଜି ଠାରୁ ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆଜି ୩୪ ଜଣ କାର୍ଡିଓଲୋଜି ପରୀକ୍ଷା, ୧୨ ଜଣ ଏଣ୍ଡୋସ୍କୋପି ପରୀକ୍ଷା, ୩୦ ଜଣ ନେଫ୍ରୋଲୋଜି ଓ ୪ ଜଣ ୟୁରୋଲୋଜି ପରୀକ୍ଷା କରିଛନ୍ତି। ଏଥିସହ ଆସନ୍ତା କାଲି ମଧ୍ୟ ଅନେକ ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ମିଳିଛି। ତେବେ ଏହି ସେବା ଯୋଗାଉଥିବା ଡାକ୍ତର ମାନେ ହେଲେ ୟୁରୋଲୋଜି ଡ଼ଃ ପ୍ରମୋଦ କୁମାର ମହାନ୍ତି, ନେଫ୍ରୋଲୋଜି ଡ଼ଃ. ଅରୁଣା ଆଚାର୍ଯ୍ୟ, ଆନେସ୍ଥେସିଆ ଡ଼ଃ ରାଜକୁମାର ମହାପାତ୍ର, ହେପଟୋଲୋଜି ଡ଼ଃ ମାନସ କୁମାର ବେହେରା, ଲେପ ସର୍ଜରୀ ଡ଼ଃ ଶ୍ରୀକାନ୍ତ ପାତ୍ର, କାଡିୟୋଲୋଜି ଡ଼ଃ ପ୍ରିୟ ରଞ୍ଜନ ପରିଡା। କନିଷ୍ଠ ଡାକ୍ତରମାନ‌େ ହେଲେ ୟୁରୋଲୋଜି ଡ଼ଃ ସଚିନ ଶର୍ମା, ନେଫ୍ରୋଲୋଜି ଡ଼ଃ ଲଳିତ ଶର୍ମା, ରେଡିଓଲୋଜି ଡ଼ଃ ପ୍ରଦୀପ୍ତ ମିଶ୍ର, ଆନେସ୍ଥେତିଆ ଡ଼ଃ ଅନୀଲ ସାମନ୍ତରାୟ, ସର୍ଜରୀ ଡ଼ଃ ସୁବାଶିଷ୍ ପାତ୍ର ଓ କାଡିୟୋଲୋଜି ଡ଼ଃ ରାଜେଶ ଭୁକୃଣ୍ଡେ ଅନ୍ତର୍ଭୁକ୍ତ ଅଛନ୍ତି ।

ad-week
Leave A Reply

Your email address will not be published.