ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଘାଟିତ…

add-all

ସୁନ୍ଦରଗଡ଼: ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଘାଟିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୋଷଣ ପକ୍ଷ କୁ ଉଦଘାଟନ କରିଥିଲେ I
ଏହି ପୋଷଣ ପକ୍ଷ ଚଳିତ ମାର୍ଚ୍ଚ ମାସ 20 ତାରିଖ ରୁ ଆରମ୍ଭ ହୋଇ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ଏହି ପକ୍ଷ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି I ଏହି ପୋଷଣ ପକ୍ଷ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନ ଆନ୍ଦୋଳନ ତଥା ସହ ଭାଗିଦାରିତା ମାଧ୍ୟମରେ ପୋଷଣ ର ଗୁରୁତ୍ଵ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅଭ୍ୟାସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା, ସାମଗ୍ରିକ ଭାବରେ ପୃଷ୍ଟି ବା ପୋଷଣ ର ଉନ୍ନତି ଇତ୍ୟାଦି I ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ସ୍ତର ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପଦଯାତ୍ରା, ସାଇକେଲ ରାଲି, ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତଫେରି ଏବଂ ଯୁବ

ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ପୋଷଣ ପକ୍ଷ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବାର କାର୍ଯ୍ୟକ୍ରମ ରହିଛି I ସେହିପରି ପ୍ରତ୍ୟେକ ପ୍ରକଳ୍ପ ସ୍ତର ରେ ଓ ପ୍ରତ୍ୟେକ ପ୍ରକଳ୍ପ ଅନ୍ତର୍ଗତ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଠାରେ ଜନସଚେତନତା କାର୍ଯ୍ୟକ୍ରମ କରାଯିବା ର ଯୋଜନା ରହିଛି I ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବିଭିନ୍ନ ଆଇ. ସି. ଡି. ଏସ୍. ପ୍ରକଳ୍ପ ଦ୍ଵାରା ବିଭିନ୍ନ ପୋଷଣ ଯୁକ୍ତ ଖାଦ୍ୟ ପେୟ ର ପ୍ରଦର୍ଶନୀ କରାଯାଇଥିଲା Iକାର୍ଯ୍ୟକ୍ରମ ରେ ମିଶନ ଶକ୍ତି ସଂଯୋଜକ ଶ୍ରୀମତୀ ସୁଶୀଳା ରଥ ପରିଚାଳନା କରିଥିଲେ I ଏଥିରେ ସୁରକ୍ଷା ଅଧିକାରୀ ଶ୍ରୀମତୀ ଚୁଲେସ୍ଵରି ପଟେଲ, ଶ୍ରୀ ମନସିଂହ ସୋରେନ, ଉପ ନିର୍ଦ୍ଦେଶକ, ଉଦ୍ୟାନ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ୟୁନିସେଫ ର ପ୍ରତିନିଧି ଶ୍ରୀ ସତ୍ୟବ୍ରତ ଦାସ, ଏନ୍. ଓ. ପି. ପରିଚାଳକ ଶ୍ରୀମତୀ ଶକ୍ତି ରାଣୀ ପାଢୀ, ମିନାକ୍ଷୀ ପ୍ରଧାନ , ସମସ୍ତ ସି.ଡି.ପି. ଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ ଆଦି ଯୋଗ ଦେଇଥିଲେ I

 

ad-week
Leave A Reply

Your email address will not be published.