ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ସମୟରେ ବିପୁଳ ମାଓ ସାମଗ୍ରୀ ଜବତ

add-all

ମାଲକାନଗିରି, ୨୩।୩ ମାଲକାନଗିରି ଜିଲ୍ଲା ବାଲିମେଲା ରିଜର୍ଭ ଜଙ୍ଗଲରୁ ସର୍ଚ ଅପରେସନ ବେଳେ ଅନେକ ମାଓ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ । ମିଳିଥିବା ସୂଚନା ଅନୁଯାୟୀ ଅନୁକୂଳ ବାତାବରଣ କାରଣରୁ ବାଲିମେଲା ରିଜର୍ଭ ଜଙ୍ଗଲ ମାଓବାଦୀଙ୍କ ପାଇଁ ନିରାପଦ ସ୍ଥାନ ହୋଇ ଥିବାରୁ ଏହି ଅଞ୍ଚଳରେ ମାଓ ଦମନ ପାଇଁ ବିଏସଏଫ ଏବଂ ପୋଲିସ ପକ୍ଷରୁ ସର୍ଚ ଅପରେସନ ଜାରି ରହିଥିବା ବେଳେ ମାଓବାଦୀ ଗଡ ଭୂଷଡିବାରେ ଲାଗିଛି । ତେବେ ଆଜି ବିଏସଏଫ ୮୮ ବାଟାଲିଆନ ଦ୍ୱାରା ପକ୍ଷରୁ ଏହିପରି ସର୍ଚ ଅପରେସନ ଜାରିଥିବା ବେଳେ ବିଏସଏଫର ଅପରେସନ୍ ପାର୍ଟି ଆନ୍ଧ୍ର ଓଡିଶା ସୀମାନ୍ତ ମାଲକାନଗିରି ଜିଲ୍ଲାର ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଲାରିଗୁଡା ଏବଂ ତାଇମାଳରେ ମଧ୍ୟରେ ଥିବା ଅଞ୍ଚଳରୁ ମାଓବାଦୀଙ୍କ ଦ୍ଵାରା ରଖା ଯାଇଥିବା ଏକ ଡମ୍ପକୁ ସଫଳତାର ସହ ଉଦ୍ଧାର କରିଥିଲେ । ଉଦ୍ଧାର ସାମଗ୍ରୀ ମଧ୍ୟରେ ୨ଲିଟରର ୩ଟି ଟିଫିନ୍ ବୋମା, ୨ଟି ଏସବିଏମଏଲ ବନ୍ଧୁକଓ ୧ଟି ବ୍ୟାରେଲ୍, ୨ଟି ଖାଲି ଗୁଳିର ଖୋକା, ୧୧ଟି ହ୍ୟାଣ୍ଡ ଗ୍ରେନେଡ୍, ୨୮ଟି ଡିଟୋନେଟର, ୱାକି ଟକି ସେଟ୍, ବିସ୍ଫୋରକ ପାଉଡର, ଆଇଡି ପ୍ରସ୍ତୁତ ସାମଗ୍ରୀ, ମାଓବାଦୀ ସାହିତ୍ୟ ସହ ବହୁ ସାମଗ୍ରୀ ଜବତ ହୋଇଥିବା ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି ।

ad-week
Leave A Reply

Your email address will not be published.