
ଦାରିଙ୍ଗବାଡି,୨୩/୩ : ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତର ସରପଞ୍ଚ ବାଲିଗୁଡା ଉପ-ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ମଧ୍ୟରେ ରହିଛି ଅନେକ ସମସ୍ୟା। ମାସକୁ ଦିଆଯାଉଥିବା ବାର୍ଦ୍ଧକ୍ୟ ଭତା,ବିକଳାଙ୍ଗ ଓ ୭୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଆକାଉଣ୍ଟରେ ନଦିଆଯାଇ ହାତରେ ପ୍ରଦାନ, ଦାରିଙ୍ଗବାଡି ବ୍ଲକର ନେଟ ନଥିବା ଅଞ୍ଚଳରେ ଯଥା ଶୀଘ୍ର ଜିଓ ଓ ବିଏସଏନଏଲ ୪ଜି ସେବା ପ୍ରଦାନ, ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ନିଯୁକ୍ତି, ଉପ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କୁ ନିୟମିତ ଭାବେ ସୁପରିଚାଳନା, ପ୍ରତ୍ୟେକ ମାସ ୧୫ ତାରିଖରେ ଭତା ପ୍ରଦାନ, ବସୁଧା ଜଳଯୋଗାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ,ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ରାଜସ୍ବ ନିରୀକ୍ଷକ ଓ ପଶୁ ସହାୟକ କେନ୍ଦ୍ର ଅଫିସ ସ୍ଥାପନ, ପ୍ରତ୍ୟେକ ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନ ଦାଇତ୍ୱ ସରପଞ୍ଚ ମାନଙ୍କୁ ପ୍ରଦାନ, ବାର୍ଦ୍ଧକ୍ୟ ଯୋଗ୍ୟ ହିତାଧୀକାରୀଙ୍କୁ ଡକ୍ଟର ପରାମର୍ଶ କ୍ରମେ ଭତା ପ୍ରଦାନ ଭଳି ସମସ୍ୟା ଉପରେ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ଦେବା ସମୟରେ ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ ।