ଦୀର୍ଘ ବର୍ଷ ଵ୍ୟଵଧାନ ପରେ ଖୋଲିଲା ମଧୁସୂଦନ ପାର୍କ ( ଶିଶୁ ଉଦ୍ୟାନ)…

add-all

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସହର ମଧ୍ୟରେ ଅବସ୍ଥିତ ମଧୁସୂଦନ ପାର୍କ ( ଶିଶୁ ଉଦ୍ୟାନ) ଦୀର୍ଘ ବର୍ଷ ଵ୍ୟଵଧାନ ପରେ ଆଜି ଖୋଲିଲା। କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅନୁରୋଧ କ୍ରମେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଏହି ପାର୍କ ଖୋଲିବା ପାଇଁ ଦୃଢ ପଦକ୍ଷେପ ନେଇ ଥିବାରୁ ତାହା ସମ୍ଭବ ହୋଇ ପାରିଥିଲା। ଏହି ଅବସରରେ ପୌରାଧ୍ୟକ୍ଷା, ଵହୁ ଵରିଷ୍ଠ ନାଗରିକ ଓ ଶିଶୁମାନେ ଉପସ୍ଥିତ ଥିଲେ। ପ୍ରଥମେ ବରିଷ୍ଠ ନାଗରିକ ପୌରାଧ୍ୟକ୍ଷାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୌରାଧ୍ୟକ୍ଷା ମଧୁବାବୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶିଶୁମାନେ ପାର୍କ ଵୁଲି ଉଦ୍ୟାନର ଵହୁତ ମଜା ଉଠାଇଥିଲେ । ଶେଷରେ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ଆୟୋଜିତ ବିସ୍କୁଟ, ଚକୋଲେଟ୍ ପୌରାଧ୍ୟକ୍ଷା ଶିଶୁ ମାନଙ୍କୁ ବଣ୍ଟନ କରିଥିଲେ। ପୌରାଧ୍ୟକ୍ଷା ମଧ୍ୟ ଵରିଷ୍ଠ ନାଗରିକ ମାନଙ୍କର ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।
ଆଜିଠାରୁ ଏହି ଶିଶୁ ଉଦ୍ୟାନ ସନ୍ଧ୍ୟା ସମୟରେ ପିଲାମାନଙ୍କ ପାଇଁ ସବୁଦିନ ଖୋଲା ରହିବ ବୋଲି କହିଥିଲେ। ବରିଷ୍ଠ ନାଗରିକ ମାନଙ୍କ ଏହି ମହତ କାର୍ଯ୍ୟ ପାଇଁ କର୍ମକର୍ତ୍ତାଙ୍କ ସମେତ ଉପସ୍ଥିତ ଅଭିଭାବକ ମାନେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଙ୍ଘର ସଭାପତି କମଳା କାନ୍ତ ପାଣ୍ଡେ, ସାଧାରଣ ସମ୍ପାଦକ ପ୍ରଣଵ ମଣ୍ଡଳ, ପରେଶ ମହାପାତ୍ର,ପିତାମ୍ବର ମିଶ୍ର,ରବିନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.