ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ…

add-all

ମାଲକାନଗିରି : କିଛିଦିନ ତଳେ ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମ ଭି ୭ ଗ୍ରାମ ନିକଟ ମୁଖ୍ୟ ରାସ୍ତା କଡ଼ରେ ଥିବା ଜମି ଭିତରେ। ସୂଚନା ଅନୁଯାୟୀ ମୃତକ ଦୁଇ ଜଣ ହେଲେ ଗଙ୍ଗା ମାଡକାମୀ ଙ୍କ ଝିଅ ନନ୍ଦେ ମାଡକାମୀ ଓ ଇର୍ମା ମାଡକାମୀଙ୍କ ପୁଅ ନବୀନ ମାଡକାମୀ ତମସା ପଞ୍ଚାୟତ ଆରୋ କଲୋନୀ ନିବାସୀ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ମୃତ ପୁଅ ଓ ଝିଅ ଆଗରୁ ପରଷ୍ପର କୁ ଭଲ ପାଇଁ ଆସୁଥିଲେ ଦୁହେଁ ଆଦିବାସୀ ଜାତିର ହୋଇଥିବାରୁ କୌଣସି କାରଣ ବସତ ସେମାନଙ୍କ ପ୍ରେମକୁ ସ୍ୱୀକାର କରିନଥିଲେ। ଝିଅଟିର ଗତ ବୁଧବାର ଦିନ ବିବାହ ନିଶ୍ଚିତ କରାଯାଇଥିଲା କିନ୍ତୁ ଗତ ମଙ୍ଗଳବାର ଦିନ ଝିଅ ଓ ପୁଅ ନିଖୋଜ ଥିଲେ ।ପରିବାର ଲୋକେ ଓ ଗ୍ରାମବାସୀ ଅନେକ ଖୋଜା ଖୋଜି କରିଥିଲେ କିନ୍ତୁ ସେମାନଙ୍କ କୌଣସି ଖବର ମିଳିନଥିଲା । ଆଜି କିଛି ଲୋକ ଏମ ଭି ୭ ମୁଖ୍ୟ ରାସ୍ତା କଡ଼ ଜମିରେ ଦୁଇ ଜଣଙ୍କ ମୃତ ଦେହ ଦେଖି ପୋଲିସ କୁ ଖବର ଦେଇଥିଲେ। ସେଠାରେ ନିଜ ପରିବାର ଲୋକେ ପହଁଚି ମୃତ ଦେହକୁ ଠାବ କରି ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଅପର ପଟେ ଘଟଣାର ଖବର ପାଇଁ ମାଲକାନଗିରି ଏସଡିପିଓ ସଚିନ ପଟେଲ ଓ ଥାନା ଅଧିକାରୀ ରିଙ୍ଗାନ କିଣ୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଝିଅ ପୁଅ ନିକଟରେ ଦୁଇଟି ଗ୍ଲାସ ଥିବାରୁ ବିଷ ଖାଇ ମୃତ୍ୟ ବରଣ କରୁଥିବା ଅନୁମାନ କରାଯାଉଛି ।

ad-week
Leave A Reply

Your email address will not be published.