ପ୍ରସ୍ତାବିତ ଲ୍ୟାମ୍ପ ସକାଶେ ସାଧାରଣ ସଭା ଅନୁଷ୍ଠିତ

add-all

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ବିମାଳିଗୁଡା ଗ୍ରାମ ଠାରେ ପ୍ରସ୍ତାବିତ ବିମାଳିଗୁଡା ଲାମ୍ପସ୍ ସକାଶେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ମହୋଦୟ ଯୋଗଦାନ କରିଥିଲେ ଓ ଓଡ଼ିଶା ସରକାର ଙ୍କ ଯୋଜନା ରେ କିପରି ଚାଷୀମାନେ ଲାଭକୃତ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା ମାଝୀ ,ନନ୍ଦାହାଣ୍ଡି ଜୋନ୍ ୨ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଅରୁଣ କୁମାର ମିଶ୍ର ,ନନ୍ଦାହାଣ୍ଡି ଜୋନ୍ ୧ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଦିବ୍ୟଦାନ ସୁନା,ନନ୍ଦାହାଣ୍ଡି ସାଂସଦ ପ୍ରତିନିଧି ଶ୍ରୀ ସୁନୀଲ ସାହୁ,ନବରଙ୍ଗପୁର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ଶ୍ରୀ ଜଗବନ୍ଧୁ ଜାନୀ,ନନ୍ଦାହାଣ୍ଡି ବିଧାୟକ ପ୍ରତିନିଧି ତଥା ନନ୍ଦାହାଣ୍ଡି ଲାମ୍ପସ୍ ଡାଇରେକ୍ଟର ଶ୍ରୀ ଦୟାନିଧି ବିଷୋୟୀ , ନନ୍ଦାହାଣ୍ଡି ଲାମ୍ପସ୍ ସଭାପତି ଶ୍ରୀ ଲକ୍ଷ୍ମୀନାରାୟଣ ମାଝୀ , ନନ୍ଦାହାଣ୍ଡି ଲାମ୍ପସ୍ MD ଶ୍ରୀ ଥବୀର ଜାନୀ,ସ୍ଥାନୀୟ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ , ନନ୍ଦାହାଣ୍ଡି ଲାମ୍ପସ୍ ଡାଇରେକ୍ଟୋର ଗଣ ,ନନ୍ଦାହାଣ୍ଡି ଲାମ୍ପସ୍ ର କର୍ମଚାରୀ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.