
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ପରିସରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ୨୦୨୩ ପାଳିତ ଧୁମଧାମରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କର୍ଣ୍ଣାଲ ଶିଶିର କୁମାର ଘୋଷ ଯୋଗ ଦେଇଥିବା ବେଳେ ଅନ୍ୟତାମ ଅତିଥି ଭାବେ ନିରଞ୍ଜନ ମିଶ୍ର ଯୋଗଦେଇ
ହିନ୍ଦୁ ନବବର୍ଷର ପାଳନ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ ।
୧୯୭ କୋଟି ୨୯ ଲକ୍ଷ ୪୯ ହଜାର ୧୨୪ ବର୍ଷ ପୂର୍ତ୍ତି ପାଳନ କରାଯାଇଥିବା ନେଇ ସମିତି ସୂଚନା ପ୍ରଦାନ କରିଛନ୍ତି। ଆଜିର ଏହି ପବିତ୍ର ତିଥିରେ ବ୍ରହ୍ମାଙ୍କ ଦ୍ବାରା କାଳ ଗଣନା ଆରମ୍ଭ ହୋଇଥିଲା। ପ୍ରଭୁ ଶ୍ରୀରାମଙ୍କର ରାଜାଭିଷେକ ହୋଇଥିଲା। ଦେବୀ ଦୁର୍ଗାଙ୍କ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଥିଲା ବୋଲି ଅତିଥିମାନେ ସୂଚନା ପ୍ରଦାନ କରିଥିଲେ।ପରମ ପୂଜ୍ୟ ରାଷ୍ଟ୍ର ସନ୍ଥ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାଭାଗଙ୍କ ସଂକଳ୍ପ ଅନୁଯାୟୀ ଭାରତ ବର୍ଷ ହିନ୍ଦୁ ରାଷ୍ଟ୍ର ହେବା ସହିତ ଏସିଆ ମହାଦେଶକୁ ହିନ୍ଦୁ ମହାଦେଶ ଭାବରେ ଘୋଷଣା ହେବା ପର୍ଯ୍ୟନ୍ତ ଏ ସଂକଳ୍ପ ଯାତ୍ରା ଜାରି ରହିବ ବୋଲି ସମିତି ପ୍ରକାଶ କରିଛନ୍ତି। ଉତ୍ସବ ପରେ ପରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଏବଂ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲାର ଶତାଧିକ ସ୍ୱୟଂସେବକ ଓ ବୁଦ୍ଧିଜିବି ମାନେ ଯୋଗ ଦେଇଥିଲେ । ଶେଷରେ ଏକ ସଂଘ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା l