ଦାରିଙ୍ଗବାଡ଼ି ଜନସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଆଉଟସୋରସିଂ କର୍ମଚାରୀ ଲିଖିତ ସ୍ମାରକପତ୍ର ପ୍ରଦାନ

add-all

ଦାରିଙ୍ଗବାଡ଼ି,୨୫/୩ : ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀ ରାଜ୍ୟ ଆଉଟସୋରସିଂ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ଆଉଟ ସୋରସିଂ ବ୍ୟବସ୍ଥାର ପ୍ରତିବାଦ ଓ ସ୍ଥାୟୀ ନିଯୁକ୍ତି ଦାବୀ କରିବା ନିମନ୍ତେ ଆଜି ଦିନ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା, ବିକ୍ଷୋଭ ଓ “ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଚାଲ ନେଇ ଲିଖିତ ସ୍ମାରକପତ୍ର ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କଲେ । ୨୫.୦୩. ୨୦୨୩ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଓ ବିକ୍ଷୋଭ ଚାଲୁକରିବା ପାଇଁ ମହାସଂଘ ରାଜ୍ୟଶାଖାର ଆହ୍ୱାନ କ୍ରମେ କାର୍ଯ୍ୟରେ ଅନୁପସ୍ଥିତ ଅନିର୍ଦିଷ୍ଟ କାଳ ଯାଏ ରହିବା ନେଇଁ ଲିଖିତ ଜଣାଇ ଛନ୍ତି। ୨୫.୦୩,୨୦୨୩ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳଯାଏ ଛୁଟି ମଞ୍ଜୁର କରି ଗଣଧାରଣା କାର୍ଯ୍ୟକ୍ରମରେ ଯୋଗାଦେବାକୁ ଅନୁମତି ଦିଆ ଯିବା ପାଇଁ ଲିଖିତ ସ୍ମାରକପତ୍ରରେ ଜଣାଇଛନ୍ତି ।

ad-week
Leave A Reply

Your email address will not be published.