ଭ୍ରୁଙ୍ଗୀଯୋଡ଼ି ଠାରେ ଗଂଜେଇ ଚାଷ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢି ଚାଲିଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭ୍ରୁଙ୍ଗୀଯୋଡ଼ି ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନର ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବକାରୀ ବିଭାଗ ସବଇନ୍ସପେକ୍ଟର ସାଗର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମାଜସେବୀ ତଥା ସରପଞ୍ଚ ଏସୀଆ କହଁର ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ଅବକାରୀ ବିଭାଗ ବରିଷ୍ଠ ଅଧିକାରୀ ନାରାୟଣ ସାହୁ, ପଂଚାୟତ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ପରିଡା,ଆଇଟିଡିଏ ମିଶନ ଜୀବିକାର ବିସେଶଜ୍ଞ ବୈଦ୍ୟନାଥ ଖଟୁଆ ଶିବରାମ ନାୟକ ପ୍ରମୁଖ ଯୋଗଦେଇ ବେଆଇନ ଗଂଜେଇ ଚାଷ ଓ କାରବାରରୁ ନିବୃତ୍ତହୋଇ ସରକାରଙ୍କ ବିଭି ନ୍ନଜନକଲ୍ୟାଣ ଯୋଜନାରେ ସାମିଲହେବା ଲାଗି ପରାମର୍ଶ ଦେଇଥିଲେ lଏହାପରେ ବରିଷ୍ଠ ଆଇନଜୀବୀ ତଥା ନାଟ୍ୟକାର ବିଜୟ ପଟନାୟକ ଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ସଚେତନ ଧର୍ମୀ ପଥ ପ୍ରାନ୍ତ ନାଟକ’ ନୀଳ ଜହର’ ପ୍ରଦର୍ଶିତହୋଇଥିଲା l
ସାମ୍ବାଦିକ ତଥା କଳାକାର ସଙ୍ଘ ଉପସଭାପତି ପ୍ରମୋଦ ଦଣ୍ଡସେନାଙ୍କ ନେତୃତ୍ୱରେ ନିଳ ଜହର ପ୍ରଦର୍ଶିତ ହୋଇଥିଲା l
ଏଥିରେ ପଂଚାୟତ ର ଲୋକପ୍ରତିନିଧିଙ୍କ ସମେତ ଏସଏଚଜି ମହିଳା,ଆଶା କର୍ମୀ ସ୍ବେଛାସେବୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.