
ଫୁଲବାଣୀ : କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରା ଚାଲାଣ ବଢିଚାଲିଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗ ରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଵିଙ୍ଗିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଫିରିଙ୍ଗିଆ ବ୍ଲକ ବିଡିଓ ରଶ୍ମି ରଞ୍ଜନ ମହନ୍ତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସରପଞ୍ଚ ଲାଲ ମୋହନ କହଁର, ସମିତି ସଭ୍ୟା ମାନସି କହଁର, ସମାଜ ସେବୀ ତଥା ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ଅବକାରୀ ବିଭାଗସବ ଇନ୍ସପେକ୍ଟର ସାଗର ଭୋଇ, ଅବକାରୀ ବିଭାଗ ବରିଷ୍ଠ ଅଧିକାରୀ ନାରାୟଣ ସାହୁ, ଆଇ ଟି ଡ଼ି ଏ ମିଶନ ଜୀବିକାର ଜି ବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ, ପଂଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ଖମାରି, ଶିବରାମ ନାୟକ ପ୍ରମୁଖ ଯୋଗ ଦେଇ ବେଆଇନ ଗଂଜେଇ ଚାଷ ଓ କାରବାର ରୁ ନିବୃତ୍ତହୋଇ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ରେ ସାମିଲହେବା ଲାଗି ପରାମର୍ଶ ଦେଇଥିଲେ l
କମ ସମୟ ରେ କମ ପରିଶ୍ରମରେ ଅଧିକ ଉପାର୍ଜନ କରିବା ନିଶାରେ ଏହି ବେଆଇନ ଗଂଜେଇ ଚାଷ କୁ ଆପଣାଉଛନ୍ତି ପରେ ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଧରାପଡ଼ି ଜେଲକୁ ଯାଉଛନ୍ତି ଆଉ ସେମାନଙ୍କୁ ମୁକୁଳାଇବାଲାଗି ପରିବାର ସର୍ବସ୍ୱାନ୍ତ ହେଉଛନ୍ତି ଏଥିସହ ନିଜ ଗାଁ, ଓଜିଲା ମଧ୍ୟ ବଦନାମ ହେଉଥିବା କହିଥିଲେ l
ଏଣୁ ଏହିଚାଷଠୁ ଦୁରେଇ ରହିବାକୁ ଶପଥ ନେବା ଲାଗି ପରାମର୍ଶ ଦେଇଥିଲେ ଅତିଥିମାନେ l ଏହା ପରେ ବରିଷ୍ଠ ଆଇନଜୀବୀ ତଥା ନାଟ୍ୟକାର ବିଜୟ ପଟନାୟକ ଙ୍କ ଦ୍ୱାରା ଲିଖିତ ଓ ନିର୍ଦେଶିତ ସଚେତନ ଧର୍ମୀ ପଥ ପ୍ରାନ୍ତ ନାଟକ’ ନୀଳ ଜହର’ ପ୍ରଦର୍ଶିତହୋଇଥିଲା l ସାମ୍ବାଦିକ ତଥା କଳାକାର ସଙ୍ଘ ଉପସଭାପତି ପ୍ରମୋଦ ଦଣ୍ଡସେନାଙ୍କ ନେତୃତ୍ୱରେ ନିଳ ଜହର ପ୍ରଦର୍ଶିତ ହୋଇଥିଲା l
ପଂଚାୟତର ଲୋକ ପ୍ରତିନିଧିଙ୍କ ସମେତ ଏସଏଚଜି ମହିଳା,ଆଶା କର୍ମୀ ସ୍ବେଛାସେବୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗ ଦେଇଥିଲେ l