କନ୍ୟା ସନ୍ତାନକୁ ସୁସ୍ଥ, ଶିକ୍ଷିତ, ସୁରକ୍ଷିତ ଉପରେ ସଚେତନତା କାର୍ଯ୍ୟକ୍ରମ

add-all

ବ୍ରହ୍ମପୁର : ବର୍ତମାନ ସମାଜରେ କନ୍ୟା ସନ୍ତାନ ମାନଙ୍କୁ ସୁସ୍ଥ, ଶିକ୍ଷିତ ଓ ସୁରକ୍ଷିତ ରଖି ଆଦର୍ଶ ଶିଶୁ ଗଢି ତୋଳିବା ଉପରେ ସଚେତନତା କାର୍ଯ୍ୟକ୍ରମ ଉପଖଣ୍ଡ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ଦ୍ୱାରା ଆୟୋଜିତ ବିଜୁ କନ୍ୟାରତ୍ନ ଯୋଜନା ସଚେତନତା କାର୍ଯ୍ୟକ୍ରମ ରେ ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡା. ପ୍ରତିଭା ପାତ୍ରଙ୍କ ଅଧକ୍ଷତା କରିଥିବା ବେଳେ ଜିଲ୍ଲା ଆଶା ଓ ଗାଁ କଲ୍ୟାଣ ସମିତି ର ମ୍ୟାନେଜର ଆଶିଷ କୁମାର ମିଶ୍ର,ଶିଶୁ ମଙ୍ଗଳ ସମିତି ର ସଦସ୍ୟ ହରି ହର ପାଢ଼ୀ, ଅବସର ପ୍ରାପ୍ତ ଡା. ମାଧବ ସାହୁ,ହିଞ୍ଜିଳି ମେଡିକାଲ ଡାକ୍ତର ଶିବ୍ୟାଙ୍ଗ ପାଣିଗ୍ରାହୀ, ଡାକ୍ତର ସଂଜୀବ କୁମାର ନାୟକ, ଡାକ୍ତର ତାପସ କୁମାର ସିୟାନ,ଡାକ୍ତର ଦୁର୍ଗା ମାଧବ ପଣ୍ଡା,ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ,ଉପଖଣ୍ଡ ଚିକିତ୍ସାଳୟ ର ଅତିରିକ୍ତ ମେଡିକାଲ ମ୍ୟାନେଜର ମହେଶ୍ୱତା ପାତ୍ର, ହିସାବ ଅଧିକାରୀ ସତ୍ୟ ନାରାୟଣ ପଟନାୟକ,ଜିଲ୍ଲା ଜିଲ୍ଲା ରେ ପୁଅ ତୁଳନାରେ ଝିଅ ଅନୁପାତ ବଢାଇବା ପାଇଁ ମୋ ଗେଲ୍ଲା ଝିଅ ମାଧ୍ୟମରେ ସଚେତନତା କରାଇବା, ସହରାଞ୍ଚଳ ଅପେକ୍ଷା ଗ୍ରାମଞ୍ଚଳ ରେ କନ୍ୟା ସନ୍ତାନ ମାନଙ୍କ ଟୀକାକାରଣ ପ୍ରଦାନ,ଜନ୍ମ ପ୍ରମାଣ ପତ୍ର ସୁନିଶ୍ଚିତ କରିବା,, ପ୍ରାକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, କଲେଜ ମାନଙ୍କରେ ଉପସ୍ଥାନ ବୃଦ୍ଧି,ପୁରୁଷ ଅପେକ୍ଷl କନ୍ୟା ସନ୍ତାନ ମାନଙ୍କୁ ସବୁ କ୍ଷେତ୍ରରେ ଗୁରୁତ୍ୱ ଦେବା,ଝିଅ ମାନଙ୍କୁ ବାଲ୍ୟ ବିବାହ ରୋକିବା,ପୋଷକ, କ୍ରୀଡା, ଶିକ୍ଷା, ସ୍ଵାସ୍ଥ୍ୟ ଦିଗରେ ଝିଅ ମାନଙ୍କୁ ହତାଦର ନକରିବା ଉପରେ ଆଲୋଚନା କରାଯାଇଥିଲା l କନ୍ୟା ସନ୍ତାନ ମାନଙ୍କ ପାଇଁ ଅନେକ ସରକାରୀ ଯୋଜନା ରେ ସାମିଲ କରି ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେବା ନେଇ ବକ୍ତା ମାନେ ମତ ରଖିଥିଲେ l ଶେଷରେ ସୁଦାମ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ l

ad-week
Leave A Reply

Your email address will not be published.