ରାମସା-ଗୋପାଳଗୁଡାର କୌପିନଧାରୀ ମହିମା ମଣ୍ଡଳୀର ଆମ ନୁଆଁଖିଆ ପର୍ବ ପାଳିତ…

add-all

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଳିଆ ପଂଚାୟତ ଅନ୍ତର୍ଗତ ଗୋପାଳଗୁଡା ଗ୍ରାମ ସ୍ଥିତ ମହିମାଟୁଙ୍ଗି ଠାରେ ଆଜି ରାମସା -ଗୋପାଳଗୁଡ଼ାର କୌପିନଧାରୀ ଭକ୍ତ ମାନଙ୍କ ଦ୍ୱାରା ଆମ ନୁଆଁଖିଆ ପର୍ବ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବରେ ବ୍ରହ୍ମ ଅବଧୂତ ପୀତବାସ ବାବା, ବ୍ରହ୍ମ ଅବଧୂତ ବନମାଳୀ ବାବା ଏବଂ ବ୍ରହ୍ମ ଅବଧୂତ ଚିନ୍ମୟ ବାବା ଉପସ୍ଥିତ ରହିଥିଲେ |

ବ୍ରହ୍ମ ଅବଧୂତ ପୀତବାସ ବାବା ଅଖଣ୍ଡ ବ୍ରହ୍ମ ଜ୍ୟୋତି ପ୍ରଜ୍ବଳନ କରି ଅଖଣ୍ଡ ବ୍ରହ୍ମଧୂନି ପ୍ରଜ୍ବଳନ କରିଥିଲେ | ରାତିସାରା ଭକ୍ତମାନେ ଅଲେଖ ଭଜନଗାଇ ନାମ ସଂକୀର୍ତନ କରିଥିଲେ ଓ ଭୋର ସକାଳୁ ମହିମା ଙ୍କୁ ତଥା ଚାରି ଦିଗପାଳ ଙ୍କୁ ପଣା ପ୍ରଦାନ କରାଯାଇଥିଲା | ପରେ ମହିମା ଗୋସାଇଁଙ୍କୁ ନୁଆଁ ଆମ୍ବ ସମର୍ପଣ କରି ସମସ୍ତେ ନୁଆଁଆମ୍ବ ଭକ୍ଷଣ କରିଥିଲେ |

ଉକ୍ତ ବ୍ରହ୍ମ ଯଜ୍ଞରେ ଆଖପାଖ ଗ୍ରାମର ଶତାଧିକ ଭକ୍ତ ଯୋଗଦେଇଥିବା ବେଳେ, ପାଳିଆ କୌପିନଧାରୀ ମଣ୍ଡଳୀର ବଡଭାଇ ଦଶରୁ ଭକ୍ତ, ଟହଲିଆ ମନବୋଧ ଭକ୍ତ, ଅଧିକାରୀ ରଘୁ ଭକ୍ତ, କାର୍ତିକ ଭକ୍ତ, ଧନେର ଭକ୍ତ, କେଶବ ଭକ୍ତ, ସୂର୍ଯ୍ୟ ଭକ୍ତ, ସରାଦୁ ଭକ୍ତ ଏବଂ ଅନ୍ୟାନ୍ୟ ଭକ୍ତବୃନ୍ଦ ଉପସ୍ଥିତ ରହିଥିଲେ |

ad-week
Leave A Reply

Your email address will not be published.