ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

Independence

ଛତ୍ରପୁର : ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ମହା ସମାରୋହରେ ପାଳନ ଉପଲକ୍ଷେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଛତ୍ରପୁରର ସମସ୍ତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଓଡ଼ିଆ ବକୃତା ପ୍ରତିଯୋଗୀତାରେ ବିଚାରକ ମଣ୍ଡଳୀ ଭାବରେ ଅଶୋକ କୁମାର ଚୌଧୁରୀ, ପୂର୍ବତନ ବିଧାୟକ, ଅରୁଣ କୁମାର ଶତପଥୀ, ସଂପାଦକ କ୍ୟୁରେସ୍ ଓ ଏ. ଭିସ୍ବମ୍ଭର ଏବଂ ଓଡ଼ିଆ ଦେଶାତ୍ମକ ସଙ୍ଗୀତ ପ୍ରତିଯୋଗୀତାରେ ବଟକୃଷ୍ଣ ତ୍ରିପାଠୀ ଛତ୍ରପୁର, ଅରୁଣ କୁମାର ଶତପଥୀ ସଂପାଦକ କ୍ୟୁରେସ୍ ଓ ରବି ନାରାୟଣ ରାଉତରାୟ ବିଚାରକ ଭାବରେ ଯୋଗଦେଇଥିଲେ । ଉଚ୍ଚ ବିଦ୍ୟାଳୟ ନିମନ୍ତେ ବିଷୟ ବସ୍ତୁ ଥିଲା “ଭାଷା ଓ ଜାତି ସୂତ୍ରରେ ଓଡିଶା ପ୍ରଦେଶ ଗଠନରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ” , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ସ୍ତରରେ ବିଷୟ ବସ୍ତୁ ” ଉତ୍କଳର ପର୍ବ ଆମ ଗର୍ବ ଓ ଗୌରବ” ଓ ମହାବିଦ୍ୟାଳୟ ସ୍ତରୀୟ +୩ ସ୍ତରରେ ବିଷୟ ବସ୍ତୁ ” ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଦକ୍ଷିଣ ଓଡିଶାର ଭୂମିକା” ।

ଉଚ୍ଚ ବିଦ୍ୟାଳୟ ଓଡ଼ିଆ ବକୃତା ପ୍ରତିଯୋଗୀତାରେ ସୌମିତ୍ ମହାନ୍ତି, ଅନସ୍ଳୋ ସରକାରୀ ଉଚ୍ଚ ବିଦ୍ଯାଳୟ ପ୍ରଥମ ସ୍ଥାନ, ଅର୍ପିତା ମହାପାତ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ଦ୍ଵିତୀୟ ସ୍ଥାନ ଓ ସୃତିରେଖା ସାହୁ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଛତ୍ରପୁର ଏବଂ ଲିପ୍ସାରାଣୀ ଗୌଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉଚ୍ଚ ମାଧ୍ୟମିକ +୨ ସ୍ତରରେ ବଦ୍ରୀନାଥ ମିଶ୍ର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ ଏବଂ ଅନୀଲ୍ ପ୍ରଧାନ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତ୍ରପୁର ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ମହାବିଦ୍ୟାଳୟ ସ୍ତରରେ ମମତା ଶତପଥୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ,ଛତ୍ରପୁର ପ୍ରଥମ, ସାଗର ବେହେରା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ଓ ମିସ୍ କିରଣ ପ୍ରଧାନ, ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ସେହିପରି ଦେଶାତ୍ମକ ସଙ୍ଗୀତ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ କୁମାରୀ ସୁରେଖା କନ୍ଧ ପୋଲିସ୍ ହାଇସ୍କୁଲ, ଛତ୍ରପୁର ପ୍ରଥମ ସ୍ଥାନ, କେ. ଅଙ୍କିତା ପାତ୍ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ଓ କିରଣ ବାଳା ମିଶ୍ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ଯୁଗ୍ମ ଭାବେ ଦ୍ବିତୀୟ ସ୍ଥାନ ଏବଂ ଇପ୍ସିତା ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଉଚ୍ଚ ମାଧ୍ୟମିକ ସ୍ତରରେ ପୂଜା ଦାସ ଛତ୍ରପୁର ମହିଳା ମହାବିଦ୍ୟାଳୟ ପ୍ରଥମ ଓ ଇତିଶ୍ରୀ ବେହେରା ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ମହାବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାରେ ଏ ଶ୍ରାବଣୀ ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ସ୍ତରରେ ଓଡ଼ିଆ ବକୃତା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇବେ l ଆଜିର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ରବି ନାରାୟଣ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି | ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅପ୍ରେଲ ୧ ତାରିଖ ଦିନ ପୂର୍ବାହ୍ନ ସମୟରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ଦିବସ ସମାରୋହରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ପୁରସ୍କୃତ କରାଯିବ ।

ad-week
Leave A Reply

Your email address will not be published.