ଵିଜୟ ନାୟକଙ୍କୁ ପୁନର୍ବାର ମିଳିଲା କନ୍ଧମାଳର ବିଜେଡ଼ି ପର୍ଯ୍ୟବେକ୍ଷକ ଦାୟିତ୍ୱ

add-all

ଫୁଲବାଣୀ : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକଙ୍କୁ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପୁନର୍ବାର ପର୍ଯ୍ୟବେକ୍ଷକ ଭାବରେ ଦାଇତ୍ୱ ପ୍ରଦାନ କରାଯାଇଛି l ବିଜୁ ଜନତା ଦଳ ପକ୍ଷରୁ କନ୍ଧମାଳ ଜିଲ୍ଲା ପ୍ରତି ଥିବା ତାଙ୍କର ସଙ୍ଘଠନ ଓ ଗୁରୁ ଦାୟିତ୍ଵ ସେ ଵିଗତ ଥର ସୁଚାର ରୂପେ ତୁଲାଇଥିବା ଯୋଗୁଁ ବିଜେଡ଼ି ସୁପ୍ରିମୋ ପୁଣିଥରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରିଛନ୍ତି l ଏ ନେଇ ଵିଜୟ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ ସହିତ ଦେଇଥିବା ଗୁରୁ ଦାୟିତ୍ୱ ତୁଲାଇବା ସହ ବିଜୁ ଜନତା ଦଳକୁ ଆହୁରି ସାଙ୍ଗଠନିକ ସ୍ତରରେ ମଜଭୁତ କରି ଦଳ କିପରି ଆଗାମୀ ୨୦୨୪ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ଲାଭ କରିବ ସେ ନେଇ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି l ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ମହିଳା ସଭାନେତ୍ରୀ ପୁନମ କହଁର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ଏମ ଡି ୟାସିନି ବେଗ ପ୍ରମୁଖ କୃତଜ୍ଞତା ଜ୍ଞାପନ କରିବା ସହିତ ସ୍ୱାଗତ ଶୁଭେଚ୍ଛା ଜଣାଇଛନ୍ତି l

ad-week
Leave A Reply

Your email address will not be published.