ସ୍ୟାଙ୍ଗବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୧ତମ ବାର୍ଷିକ ଉତ୍ସବ ପାଳନ

add-all

ଦାରିଙ୍ଗବାଡ଼ି,୨୮/୩ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସ୍ୟାଙ୍ଗବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପାଣ୍ଡବ ପାଟମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ରସାନନ୍ଦ କର, ମୁଖ୍ୟ ବକ୍ତା ଭାବେ ବ୍ଳକ ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁମାଝୀ ପଡ୍ରା,ସମ୍ମାନିତ ଅତିଥି ଭାବେ ସ୍ୟାଙ୍ଗବାଲି ସରପଞ୍ଚ ଆନ୍ଦ୍ରିକ ପ୍ରଧାନ, ସ୍ୟାଙ୍ଗବାଲି ସିଆରସିସି କହିନ ପ୍ରଧାନ , ବ୍ଳକ ଶିକ୍ଷକ ସଂଘର ସଂପାଦକ ସଂଗ୍ରାମ କୁମାର ନାୟକ, ବିଦ୍ୟାଳୟ ପରିଚାଳନା ସଭାପତି ରବିନ୍ଦ୍ର ପ୍ରଧାନ, ପର୍ତ୍ତମାହା ସିଆରସିସି ହରିଶଙ୍କର ପ୍ରଧାନ ଓ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ଗୋୖଡ଼ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରିୟଦର୍ଶୀ ପ୍ରଧାନ ଅତିଥି ପରିଚୟ ଓ ସଂଯୋଜନା କରିଥିଲା ବେଳେ ବାର୍ଷିକ ବିବରଣୀ ପାଠ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ନାୟକ ପଡ଼ିଥିଲା । ଅତିଥି ମାନେ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ଜ୍ଞାନ, ପରିଶ୍ରମି ଓ ଅଧ୍ୟବସାୟ ହୋଇ ପାଠ ପଢିବାକୁ ଆହ୍ୱାନ ଦେଇଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ରେ ଭଲ ପ୍ରଦର୍ଶନ କରିଥିବା ଓ ଗ୍ରାମର ବିଭିନ୍ନ ଅନୁଷ୍ଠାନର ସଦସ୍ୟାଙ୍କ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ମଧ୍ୟ ଅତିଥି ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମର କରି ଦକ୍ଷତା ପ୍ରଦର୍ଶନ କରିଥିଲେ ।

ad-week
Leave A Reply

Your email address will not be published.