ବ୍ରହ୍ମପୁର ଷ୍ଟେସନର ବିକାଶ ଓ ରେଳ ଟର୍ମିନାଲ ପ୍ରତିଷ୍ଠା କରିବା ପାଇଁ ଇଷ୍ଟ-କୋଷ୍ଟ ଡି.ଜି.ଏମ ଓ ସି.ପି.ଟି.ଏମ ଙ୍କ ସହ ଆଲୋଚନା କଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ

add-all

ବ୍ରହ୍ମପୁର : ଓଡ଼ିଆ ର ସର୍ବ ପୁରାତନ ବ୍ରହ୍ମପୁର ରେଳ ଷ୍ଟେସନର ବିକାଶ, ବ୍ରହ୍ମପୁର ଠାରେ ରେଳ ଟର୍ମିନାଲ ପ୍ରତିଷ୍ଠା ଓ ଦକ୍ଷିଣ ଓଡ଼ିଶାରେ ଦଶକ ଦଶକ ଧରି ପଡି ରହିଥିବା ରେଳ ପ୍ରକଳ୍ପ ଗୁଡ଼ିକୁ ତ୍ବରାନ୍ବିତ କରି ସାରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆଜି ପୂର୍ବତଟ ରେଳବାଇର ଉପ- ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଓ ସି.ପି.ଟି.ଏମ ଶ୍ରୀ ଜେ.ପି ମିଶ୍ର ଙ୍କ ସହ ଇଷ୍ଟକୋଷ୍ଟ ରେଲୱେ କାର୍ଯ୍ୟାଳୟ ଭୁବନେଶ୍ବର ଠାରେ ଆଜି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛି।

ଏହି ଅବସରରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ ସଦସ୍ୟ ରେଳବାଇର ଉପ- ମହାପ୍ରବନ୍ଧକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରି
୧୩୦ ବର୍ଷ ପୁରୁଣା ବ୍ରହ୍ମପୁର ଷ୍ଟେସନ କୋଠା ର ସର୍ବାଙ୍ଗୀନ ବିକାଶ, ବ୍ରହ୍ମପୁର ନିକଟବର୍ତ୍ତୀ ଜଗନ୍ନାଥପୁର ବା ସୋରଳ ରେ ରେଳ ରହିବା ଓ ଛାଡ଼ିବା ପାଇଁ ରେଳ ଟର୍ମିନାଲ ନିର୍ମାଣ, ୫-୬ ନମ୍ବର ପ୍ଲାଟଫର୍ମ ର ନିର୍ମାଣ, ଗରିବ ରଥ ଓ ସବୁ ଟ୍ରେନ ର ରହଣି କୁ ସୁନିଶ୍ଚିତ କରିବା, ଲିଫ୍ଟ, ପ୍ରତି ପ୍ଲାଟଫର୍ମ ରେ ଡିସପ୍ଲେ ବୋର୍ଡ଼, ଆଲୋକ, ପାଣି, ଖାଇବା ର ସୁବ୍ୟବସ୍ଥା, ସବୁ ପ୍ଲାଟଫର୍ମ ରେ ଓ ଷ୍ଟେସନ ବାହାରେ ଶୌଚାଳୟ ସହ ଲୋକାଲ ଟ୍ରେନ ଗୁଡ଼ିକୁ ଚଳାଇବା ଓ ଲୋକାଲ ଟିକେଟ ବିକ୍ରି କେନ୍ଦ୍ର/ମେସିନ ଶୀଘ୍ର ସ୍ଥାପନ ପାଇଁ ଦାବି କରାଯାଇ ଥିଲା।
ବ୍ରହ୍ମପୁର ରୁ ଆରମ୍ଭ ହେଉଥିବା ମେମୁ ଟ୍ରେନକୁ ଗୁଣୁପୁର କୁ ସମ୍ପ୍ରସାରିତ କରାଯିବା ଓ ନୂଆଁ ମେମୁ ଟ୍ରେନ ନଥିବା ଯୋଗୁଁ ବ୍ରହ୍ମପୁର ଠାରୁ କଟକ, ଭୁବନେଶ୍ବର, ପୁରୀ ଓ ବିଶାଖାପାଟଣା କୁ ଯିବା ଆସିବା କରିବା କଷ୍ଟସାଧ୍ୟ ହୋଇ ଯାଇଥିବା ରୁ ସ୍ଵତନ୍ତ୍ର ମେମୁ ବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଦ୍ଵାରା ଏହି ସବୁ ସହରକୁ ତୁରନ୍ତ ସଂଯୋଗ କରିବା କୁ ଦୃଢ଼ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ, ସହ-ସଚିବ ମାନସ ରଞ୍ଜନ ପାତ୍ର ଓ B ଶଙ୍କର ପାତ୍ର, ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ପ୍ରବୀଣ ପଟ୍ଟନାୟକ, ବିନୋଦ ସାବତ ଓ ଏନ. ନୀଳମାଧବ ପାତ୍ର ଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.