ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ମନ୍ଦିରରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା

add-all

ବ୍ରହ୍ମପୁର : ପବିତ୍ର ଚୈତ୍ରମାସ ତୃତୀୟ ମଙ୍ଗଳବାର ପାଇଁ ମାଁ ବୁଢୀ ଠାକୁରାଣୀ ମନ୍ଦିରରେ ପ୍ରବଳ ଭିଡ ଲାଗି ରହିଥିଲା । ଶ୍ରଦ୍ଧାଳୁ ମାନେ ଧାଡି ବାନ୍ଧି ମାଁ ଦର୍ଶନ କରିବା ସହିତ ପଣା, ନୈବେଦ୍ୟ ଆର୍ପଣ କରି ପୂଜାର୍ଚ୍ଚନା କରିଥିଲେ।

ଚଳିତ ବର୍ଷ ମାଁ ଯାତ୍ର ହେବାକୁ ଥିବା ବେଳେ ଆଜି ମନ୍ଦିର ମଧ୍ୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥିଲା।ମନ୍ଦିର କମିଟି ପକ୍ଷରୁ ଭିଡ଼ କୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା।ତୃତୀୟ ମଙ୍ଗଳବାର ଅବସରରେ ମେୟର ସଂଘମିତ୍ରା ଦଳେଇ ମାଁ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ।ଆଗକୁ ମାଁ ଙ୍କ ଯାତ୍ର ହେବାକୁ ଥିବାବେଳେ, ସେବାୟତ ମାନଙ୍କ ସହିତ ଯାତ୍ରର ରୀତିନୀତି କୁ ନେଇ ବିଷଦ ଭାବରେ ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.