ଦୁଇ ପଡୋଶୀ ଗଣ୍ଡଗୋଳ ୩ ଗିରଫ

add-all

ହିଞ୍ଜିଳିକାଟୁ ୨୮।୩ : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଆଲପୁର ଗ୍ରାମ ର ଦୁଇ ପଡୋଶୀ ଦାଶରଥି ପୋଲାଈ ଙ୍କ ପୁଅ ଦଶରଥ ପୋଲାଇ ତାଙ୍କ ପଡୋଶୀ ଦୁଇ ଭାଇ ଆଶିଷ ପୋଲାଇ ଓ ଆକାଶ ପୋଲାଇ ଙ୍କୂ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।ଶନିବାର ଦାଶରଥି ପୋଲାଈ ଓ ତାଙ୍କ ପଡୋଶୀ ମାଗି ପୋଲାଇ ମଧ୍ୟରେ ମୋବାଇଲ ଫୋନ ଦେବାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମାଗିଙ୍କ ପରିବାର ଦାଶରଥି ଙ୍କୁ ମାରାଣାତ୍ମକ ଆକ୍ରମଣ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।ଅନ୍ୟପକ୍ଷରେ ମାଗି ପୋଲାଇ ଙ୍କ ଘରେ ପଶି ମହିଳାଙ୍କୁ ଟଣାଓଟରା କରିବା ନେଇ ମାଗି ଥାନାରେ ଅଭିଯୋଗ କରିଥିଲେ। ଏନେଇ ଉଭୟ ପକ୍ଷରୁ ୧୮୭ ଓ ୧୮୮।୨୩ ରେ ମାମଲା ରୁଜୁ କରି ହିଞ୍ଜିଳି ଥାନା ଏସଆଇ କାଳୀଚରଣ ସ୍ବାଇଁ ତଦନ୍ତ ଆରମ୍ଭ କରିଥିଲେ। ମଙ୍ଗଳବାର ଉଭୟ ପରିବାରର ଦଶରଣ ପୋଲାଇ ,ଅଶିଷ ପୋଲାଈ ଓ ଆକାଶ ପୋଲାଇ ଙ୍କୂ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.