ହିଞ୍ଜିଳିକାଟୁ ବ୍ଲକରେ ୬ଷ୍ଠ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ…

add-all


ହିଞ୍ଜିଳିକାଟୁ ୨୯।୩ : ହିଞ୍ଜିଳିକାଟୁ ବ୍ଲକ ସଭା ଗୃହରେ ରେ ପଞ୍ଚାୟତ ସମିତି ର ୬ଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ କାଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୁପାୟାନ କରି ହିଞ୍ଜିଳିକାଟୁ ବ୍ଲକ କୁ ଜିଲ୍ଲାର ଶ୍ରେଷ୍ଠ ବ୍ଲକ ରେ ପରିଣତ କରିବାନେଇ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ l ରାଜ୍ୟ କୃଷି ବିପଣନ ଵୋର୍ଡ ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ ବ୍ଲକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,
ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ


ଅରୁଣ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରିଧର ବେହେରା ମଞ୍ଚାସିନ ରହିଥିଲେ l l ଉକ୍ତ ବୈଠକରେ ପାନୀୟ ଜଳ ସମସ୍ୟା, ଜଳ ସେଚନ ସମସ୍ୟା, କୃଷି ଓ ଧନମଣ୍ଡି ସମସ୍ୟା ଇତ୍ୟାଦି ଅଞ୍ଚଳର ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ବିଭାଗର ପଦାଧିକାରୀ, ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l

ad-week
Leave A Reply

Your email address will not be published.