ଦୁଇଦିନଆ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତଦାରଖ କରି ଫେରିଲେ 5T ସଚିବ

add-all

ମାଲକାନଗିରି : ମାଲକାନଗିରିର ପ୍ରସିଦ୍ଧ ଶୈବପୀଠ ମଲ୍ଲିକେଶ୍ବରର ରୂପାନ୍ତରଣ କରାଯିବ। ଏହାର ବିକାଶ ସହ ଆଜି ଦ୍ବିତୀୟ ଦିନରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଗୁରୁପ୍ରିୟା ସେତୁ ବୁଲି ଦେଖିଛନ୍ତି। ଚିତ୍ରକୋଣ୍ଡାଠାରେ ମିସନ ଶକ୍ତି କ୍ଯାଫେରେ ସୁଆଦିଆ ଖାଦ୍ଯ ଖାଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ଭିନିଲ କ୍ରିଷ୍ଣା, ଉନ୍ନୟନ କମିସନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ।
ଏହାପରେ ମାଲକାନଗିରି ସହର ଉପକଣ୍ଠରେ ନିର୍ମାଣାଧୀନ ବିମାନ ବନ୍ଦର କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ୫-ଟି ସଚିବ। ପରେ ମାଲକାନଗିରିର ପ୍ରସିଦ୍ଧ ମଲ୍ଲିକେଶ୍ବର ଶୈବପୀଠ ଓ ସତିଗୁଡା ଇକୋ ପାର୍କ ବୁଲି ଦେଖିବା ସହ ଏହାର ରୂପାନ୍ତରୀକରଣ ନେଇ ସ୍ଥିତି ଅନୁଧ୍ଯାନ କରିଛନ୍ତି। ପରେ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ବୁଲି କାଲିମେଳା, ମୋଟୁ ଅଭିମୁଖେ ଯାତ୍ରା କରିଛନ୍ତି ୫ଟି ସଚିବ। ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଛନ୍ତି। ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲାର ନୂଆ ରୂପ ଦେବା ପାଇଁ ପ୍ରୟାସ ରହିଥିବା ବେଳେ ଗତକାଲି ୫ଟି ସଚିବ ବିଭିନ୍ନ ସ୍ଥାନ ଗସ୍ତ କରି ବୁଲି ଦେଖିଥିଲେ। ଜିଲ୍ଲାରେ ପାନୀୟଜଳ, ଜଳସେଚନ, ମିଶନଶକ୍ତି, ବିଦ୍ୟାୟଳର ରୂପାନ୍ତରିତ କାର୍ଯ୍ୟ, ପର୍ଯ୍ୟଟନ ବିକାଶ ହେବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଥମ ଦିନରେ ସେ ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଥିଲେ। ଏହି ଗସ୍ତ ସମୟରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ଭିନିଲ କ୍ରିଷ୍ଣା, ଉନ୍ନୟନ କମିସନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଓ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.