ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ…

add-all

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଯେଏମଏଫସି ବିଚାରପତି ସୋମ୍ୟାଶ୍ରୀ ମହାପାତ୍ର, ଅଭିଯୁକ୍ତା ବିଷ୍ଣୁପ୍ରିୟା ପାଣିଗ୍ରାହୀ ନାମକ ଜଣେ ଫରେଷ୍ଟ ଗାର୍ଡ ଚାକିର ନିମନ୍ତେ ଜାଲି ଖେଳ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ହୋଇଥିବା ମାମଲାର ବିଚାର କରି ଘଟଣାର ୧୮ ଜଣଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତା ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତାଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ମକଦ୍ଦମା ବିବରଣୀରୁ ପ୍ରକାଶ ଯେ ଗତ ୨୦୦୬ ମସିହାରେ କନ୍ଧମାଳ ଜିଲ୍ଲାର ଫରେଷ୍ଟ ଗାର୍ଡ ଚାକିର ନିମନ୍ତେ ବିଷ୍ଣୁ ପ୍ରିୟା ପାଣିଗ୍ରାହୀ ଆବେଦନ କରିଥିଲେ l ସେ ଦେଇଥିବା ବିଭିନ୍ନ ପ୍ରମାଣ ପତ୍ର ସହ ଫେକ ଖେଳ ପ୍ରମାଣ ପତ୍ର ଦେଇଥିଲେ ବୋଲି ତତ୍କାଳୀନ ଡିଏଫ ଓ ଆର ପ୍ରକାଶ ଗୋଗିମଣି ଟାଉନ ଥାନାରେ ଅଭିଯୋଗ କରିଥିଲେ lଅଭିଯୋଗ ପ୍ରକାରେ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିଯୁକ୍ତାଙ୍କୁ ଗିରଫ କରି ଏକ ମାମଲା ୨୮୭/୧୫ ରେ ଭାରତୀୟ ପିଙ୍ଗଳ କୋଡ଼୪୨୦ /୪୬୫/ ୪୬୮/୪୭୧ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତାଙ୍କୁ କୋର୍ଟରେ ହାଜର କରାଇଥିଲେ।ସେହି ମାମଲାର ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

ad-week
Leave A Reply

Your email address will not be published.