ବିପଦର ବନ୍ଧୁ ସାଜିଲେ କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତା…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ରାଜ କୁମାର ବେହେରା ଏବଂ ପରାମର୍ଶ ଦାତା ତଥା ସାମ୍ବାଦିକ କୁନା ଦିଗାଲ ଙ୍କ ବାପାଙ୍କର ଗତ ୧୯ ତାରିଖ ଦିନ ଅକାଳ ବିୟୋଗ ହୋଇଥିଲା। ଆଜି ତାଙ୍କର ଦଶାହ କାର୍ଯ୍ୟରେ ମାନବାଧିକାର ମିସନ କର୍ମକର୍ତ୍ତା ଏବଂ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଶାଖା ଜିଲ୍ଲା କନ୍ଧମାଳ ତରଫରୁ କିଛି ରାସନ ସାମଗ୍ରୀ ଏବଂ ଆର୍ଥିକ ସହାୟତା ଦେଇ ଉଭୟ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇ। ମୃତ ସଦସ୍ୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କାରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାନବାଧିକାର ମିସନ ରାଜ୍ୟ ଉପସଭାପତି ତଥା ସାଂସଦ ପ୍ରତିନିଧି ଜଳନ୍ଧର ବେହେରା, କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ ମିଡ଼ିଆ ସମ୍ପାଦକ ତଥା ଆଇନୀଜୀବ ଆଦିତ୍ୟ ପ୍ରସାଦ ତ୍ରିପାଠୀ । ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ,ସହ ସମ୍ପାଦକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି, ବିରାଜ କୁମାର ପ୍ରଧାନ, କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି, ପ୍ରଭାତ କୁମାର ସାହାଣୀ, କାର୍ଯ୍ୟକାରୀ ସଭାପତି, ଅଖୟ କୁମାର ରାୟ, ସଦର ଥାନା ହୋମଗାର୍ଡ ସଂଘସଭାପତି, ବିନୋଦ ବିହାରୀ ପ୍ରଧାନ, ସମ୍ପାଦକ ପ୍ରତାପ, କୁମାର ସାହାଣୀ, ଟାଉନ ଥାନା ହୋମଗାର୍ଡ ସଂଘ ଉପ ସଭାପତି, ସାଫରିନ ଖାନ୍, ମହାସଂଘର ଭଜରାମ ନାୟକ, ସରୋଜ କୁମାର ଦାସ, ସ୍ବରସତୀ ନାୟକ, ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.