ରାହୁଲ ଗାନ୍ଧୀଙ୍କ ସାଂସଦପଦ ରଦ୍ଦ ଘଟଣା ନିନ୍ଦା କରି ଗଞ୍ଜାମ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ…

add-all

ବ୍ରହ୍ମପୁର :-ରାହୁଲ ଗାନ୍ଧୀଙ୍କ ସଂସଦ ଭବନରୁ ସଦସ୍ୟତା ପଦ କୁ ରଦ୍ଦ କରିବା ଘଟଣା ନିନ୍ଦା ଜାରି ଆଜି ପ୍ରଦେଶ କମିଟି ଡାକରାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ରହ୍ମପୁର ବାପୁଜୀ ଆଶ୍ରମ ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି l ରାହୁଲ ଗାନ୍ଧୀ ଲୋକସଭାରେ ମୋଦି ସରକାର ଙ୍କୁ ଆଦାନୀ କମ୍ପାନୀ ପୁଞ୍ଜି ବିନିଯୋଗ କୁ ଜେପିଶି ଦ୍ଵାରା ତଦନ୍ତ କରିବା ଦାବୀ କରିବା ପରିବର୍ତ୍ତେ ସଂସଦ ଭବନ ରୁ ସଦସ୍ୟତା ପଦ ରଦ୍ଧ କରାଇବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହାସହ ୧୯୪୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚିତ ପ୍ରତିନିଧି ଙ୍କୁ ମାନହାନି ମକଦ୍ଦମା ରେ ସର୍ବାଧିକ ଦୁଇ ବର୍ଷ କାରାଦଣ୍ଡ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କାହାକୁ ମିଳିନାହିଁ । ତେଣୁ ସିଆରପିସି ଧାରା ୨୦୨ ଅନୁସାରେ ଯଦି ଘଟଣା ରାଜ୍ୟ ବାହାରେ ଘଟିଲେ ମାନ୍ୟବର କୋର୍ଟ ଏହାକୁ ଗ୍ରହଣ କରିବା ବେଳେ ଏହାର ବିଚାର ବିଭାଗୀୟ ମାଜଷ୍ଟ୍ରେଟଙ୍କ ଦ୍ଵାରା ତଦନ୍ତ କରିବା ଆବଶ୍ୟକତା ରହିଛି । ଏବଂ ଏହାର ରିପୋର୍ଟ ଆଧାରରେ କୋର୍ଟ ଶୁଣାଣି କରିବା ଜରୁରୀ ବୋଲି କହିଛି କଂଗ୍ରେସ । ଆଗାମୀ ଦଳରେ ଏହାକୁ ନେଇ ସମସ୍ତ ବିରୋଧୀ ରାଜରାସ୍ତାକୁ ଓହିଲ୍ଲାଇ ଆନ୍ଦୋଳନ କରିବ ସାମ୍ବାଦିକ ସମ୍ମିଳନୀ ରେ କହିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଂଯୋଜଗ କିଶୋର ଜେନା, କଂଗ୍ରେସ ଜ଼ିଲ୍ଲା ସମ୍ପାଦକ ଏସ. ଦଣ୍ଡପାଣି ପାତ୍ର, ଜ଼ିଲ୍ଲା ମହିଳା ସଭାପତି ବନଜା ପଣ୍ଡା, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସନାତନ ସାହୁ, ପ୍ରଦେଶ କଂଗ୍ରେସ ସଦସ୍ୟ ଭୋକାଲି ସେଠୀ, ପୂର୍ବତନ ନଗର ଯୁବ କଂଗ୍ରେସ ସଭାପତି ଏନ. ଭୀମରାଜୂ ରେଡ଼ି, ରାଜ୍ୟ ସୋସିଆଲ ମିଡ଼ିଆ ସଂଯୋଜଗ ଭବାନୀ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ପାତ୍ରପୁର କଂଗ୍ରେସ ସଭାପତି ଶଙ୍କର ଅଧିକାରୀ,ବ୍ରହ୍ମପୁର ନଗର ସଭାପତି ଶୁଭାସିନୀ ପଟ୍ଟନାୟକ,ରଙ୍ଗେଈଲୁଣ୍ଡା ବ୍ଲକ ଟାଉନ ସଭାପତି w ବାଳକ୍ରୀଷ୍ଣା, ନାଗଭୂଷଣ ରାଓ, ଭାସ୍କର ବାଙ୍ଗାରି, ବସନ୍ତ ପଟ୍ଟନାୟକ, ମୂର୍ତ୍ୟଞ୍ଜୟ ପଟ୍ଟନାୟକ, ପଦ୍ମ ସାହୁ, ଦେବେନ୍ଦ୍ର ଚର୍ଚ୍ଚା, ବିଶ୍ଵନାଥ ରଣା ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.