ପରିବା ବଜାର ଶୌଚାଳୟ ରେ ଝୁଲୁଛି ତାଲା…

add-all


ହିଞ୍ଜିଳିକାଟୁ (୩୧।୩) : ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ବିଭିନ୍ନ ଯୋଜନାରେ ନିର୍ମାଣ କରୁଛି ନୂଆ ଶୌଚାଳୟ। କିନ୍ତୁ ପୁରୁଣା ଶୌଚାଳୟ ପୁରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦିଗରେ ଦୃଷ୍ଟି ଦେଉନାହିଁ । ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ତରାତରାରିଣୀ ଷ୍ଟାଣ୍ଡ ନିକଟ ପଟେଲ ମାର୍କେଟ ଛକ ଶୌଚାଳୟ ରେ ଏକ ମାସରୁ ଊର୍ଦ୍ଧ୍ବ ହେବ ଝୁଲୁଛି ତାଲା। ପରିବା ବଜାର କୁ ଆସୁଥିବା ଜନସାଧାରଣ ଙ୍କ ସମେତ ତରାତରାରିଣୀ ଷ୍ଟାଣ୍ଡ ଓ ଆଟୋ ଷ୍ଟାଣ୍ଡ କୁ ଆସୁଥିବା ଲୋକଙ୍କ ସହ ଯାତ୍ରୀ ଙ୍କ ସୁବିଧା ପାଇଁ ଶୌଚାଳୟ ନିର୍ମାଣ ହୋଇଥିଲା। ମହିଳା ଓ ପୁରୁଷଙ୍କ ପାଇଁ ଶୌଚ ସୁବିଧା ରହିଛି। ଆଜିକୁ ଏକ ମାସ ଧରି ଧରି ବ୍ୟବହାର ନହୋଇ ପଡ଼ି ରହିଛି। ସରକାର ବିନା ମୂଲ୍ୟରେ ଶୌଚାଳୟ ଉପଲବ୍ଧ ପାଇଁ ପ୍ରଚାର ଓ ପ୍ରସାର କରୁଛନ୍ତି। ଶୌଚାଳୟ ସୁବିଧା ଯୋଗାଇ ଦେବା ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ନିର୍ମାଣ କରିଛି।

ଏହା ସହିତ ରାସ୍ତାକଡ଼ରେ ଲୋକଙ୍କ ସୁବିଧା ନିମନ୍ତେ ଅସ୍ଥାୟୀ ପରିଶ୍ରାଗାର ନିର୍ମାଣକରୁଛି । ହିଞ୍ଜିଳିକାଟୁ ସହରକୁ ଦୈନିକ ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟରେ ଆସୁଛନ୍ତି। ଏଣୁ ଲୋକଙ୍କ ସୁବିଧା ଦୃଷ୍ଟିରୁ ନିର୍ମାଣ ହୋଇଥିଲା ଶୌଚାଳୟ ଓ ପରିଶ୍ରାଗାର। କିନ୍ତୁ ତାହାର ସଠିକ୍ ରକ୍ଷଣାବେକ୍ଷଣ କରିବାରେ ଫେଲ୍ ମାରୁଛି ପୌରପାଳିକା । ଏନେଇ ସ୍ଥାନୀୟ ବ୍ୟବସାୟୀ ଓ ଘରୋଇ ବସ୍ କର୍ମଚାରୀ, ଅଟୋଚାଳକକ ମାନେ କହିଛନ୍ତି, ଏହି ଶୌଚାଳୟ ଉଦ୍‌ଘାଟନ ପରଠାରୁ ଅଧିକାଂଶ ସମୟ ତାଲା ଝୁଲୁଛି। ଲୋକଙ୍କ ଉଦ୍ଦେଶ୍ୟରେ ତିଆରି କରାଯାଉଥିବା ଏହି ଶୌଚାଳୟ ବନ୍ଦ ହୋଇ ରହିଛି। କିଛି ଠେଲା ବ୍ୟବସାୟୀ ପରିଶ୍ରାଗାର ଆଗରେ ପାଲଟାଣି ଅବରୋଧ କରିଛନ୍ତି। ପୌରପାଳିକା ଏଥିପ୍ରତି ନଜର ଦେଉନଥିବା କହିଛନ୍ତି ଜନସାଧାରଣ । ଏନେଇ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କୁ ପରିଶ୍ରାଗାର ରେ ତାଲା ଝୁଲୁଥିବା ନେଇ ଯୋଗାଯୋଗ କରିବାରୁ ତାଲା ଝୁଲୁଥିବା ଜାଣିନଥିବା କହିଛନ୍ତି ଓ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବାକୁ କରିଥିଲେ। ସହରରେ ଥିବା ସମସ୍ତ ଶୌଚାଳୟର ବର୍ତ୍ତମାନ ସ୍ଥିତିକୁ ନେଇ ରିପୋର୍ଟ କରାଯିବ ବୋଲି ମନ୍ତ୍ରୀ ମାନସ ରଞ୍ଜନ ଦାସ ସୂଚନା ପ୍ରଦାନ କରିଥିଲେ। ଏଥି ପ୍ରତି ପୌରପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି

ad-week
Leave A Reply

Your email address will not be published.