କିରୀକୁଟି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

add-all

ଦାରିଙ୍ଗବାଡ଼ି,୩୧/୩,ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିରୀକୁଟି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ କୈସିକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ଶୁଶାନ୍ତ କୁମାର ପ୍ରଧାନ, ମୁଖ୍ୟ ଵକ୍ତା ଭାବେ ବିଡିଓ ଗଦାଧର ପାତ୍ର, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅଶୋକ ପ୍ରଧାନ, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଉପେନ୍ଦ୍ର ଉତ୍ତର କବାଟ , ଗକୁଳ ଚନ୍ଦ୍ର ନାୟକ,ସମିତି ସଭ୍ୟା ଜ୍ଞାନୀ ସୁନ୍ଦରୀ ମାଳବିଷୋୟୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହନ ପ୍ରଧାନି , ସିଆରସିସି ଅନିରୁଦ୍ଧ ବାଗ ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ସ୍ୱାଗତିକା ଦିଗାଲ ବାର୍ଷିକ ବିବରଣୀ ପଠନ କରିବା ସହିତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଅତିଥି ମାନେ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାଇତ କରିଥିଲେ । ସାସ୍କୃତିକ କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀ ଦର୍ଶକଙ୍କୁ ଖୁସି କରାଇଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ଅଭିଭାବକଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ad-week
Leave A Reply

Your email address will not be published.